ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ଜଳ ,ଉଚ୍ଚ ନ୍ୟାୟାଳୟର ତାଗିଦ୍
ରାଉରକେଲା : ରାଉରକେଲା ଇସ୍ପାତ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳକୁ ବିନା ପରିଚାଳନାରେ ସିଧାସଳଖ ନଦୀକୁ ନିଷ୍କାସନ କରାଯାଉଥିବାରୁ ଦୂଷିତ ହେବାରେ ଲାଗିଛି ବ୍ରାହ୍ମଣୀ ନଦୀ । ରାଜ୍ୟର ଏକାଧିକ ସହର ଦେଇ ପ୍ରବାହିତ ତଥା ଜୀବନଜୀବିକା ଦେଉଥିବା, ପାନୀୟ ଜଳ ଯୋଗାଉଥିବା ଏହି ନଦୀର ଉତ୍ପତ୍ତି ସ୍ଥଳ ରାଉରକେଲାରୁ ହିଁ ଏହା ପ୍ରଦୂଷିତ ହେବାରେ ଲାଗିଛି । ବ୍ରାହ୍ମଣୀ ନଦୀ ଜଳର ସ୍ଥିତି ଏବେ ସଙ୍ଗୀନ । ସେ୍ୱରେଜ୍ ଟ୍ରଟମେଣ୍ଟ ପ୍ଲାଣ୍ଟ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଅହେତୁକ […]
ରାଉରକେଲା : ରାଉରକେଲା ଇସ୍ପାତ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳକୁ ବିନା ପରିଚାଳନାରେ ସିଧାସଳଖ ନଦୀକୁ ନିଷ୍କାସନ କରାଯାଉଥିବାରୁ ଦୂଷିତ ହେବାରେ ଲାଗିଛି ବ୍ରାହ୍ମଣୀ ନଦୀ । ରାଜ୍ୟର ଏକାଧିକ ସହର ଦେଇ ପ୍ରବାହିତ ତଥା ଜୀବନଜୀବିକା ଦେଉଥିବା, ପାନୀୟ ଜଳ ଯୋଗାଉଥିବା ଏହି ନଦୀର ଉତ୍ପତ୍ତି ସ୍ଥଳ ରାଉରକେଲାରୁ ହିଁ ଏହା ପ୍ରଦୂଷିତ ହେବାରେ ଲାଗିଛି । ବ୍ରାହ୍ମଣୀ ନଦୀ ଜଳର ସ୍ଥିତି ଏବେ ସଙ୍ଗୀନ । ସେ୍ୱରେଜ୍ ଟ୍ରଟମେଣ୍ଟ ପ୍ଲାଣ୍ଟ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ ଏହାର ମୁଖ୍ୟ କାରଣ ପାଲଟିଛି ।

ତେବେ, ବ୍ରାହ୍ମଣୀ ନଦୀକୁ ଇସ୍ପାତ ସହରର ବର୍ଜ୍ୟ ଜଳ ଛାଡ଼ିବା ଏବେ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଶୁକ୍ରବାର ଅନଲାଇନ୍ ଶୁଣାଣିରେ ଉପସ୍ଥିତ ରହିବାକୁ ଉଚ୍ଚ ନ୍ୟାୟାଳୟ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେି ରାଉରକେଲା ମହାନଗର ନିଗମ(ଆର୍ଏମସିି) କର୍ତ୍ତୃପକ୍ଷ ଏହି ଶୁଣାଣିରେ ଉପସ୍ଥିତ ରହିବେ । ନିର୍ମାଣାଧୀନ ସେ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ସ୍ଥିତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ର୍ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ହେଉଛି ନା ନାହିଁ ସେନେଇ ପକ୍ଷ ରଖିବେ ବୋଲି ଜଣାପଡ଼ିଛି । ଇସ୍ପାତ ସହରରେ ସେ୍ୱରେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣର ଅଗ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ ।

୨୦୧୭ ମସିହା ପହିଲାରୁ ର୍ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଏକାଧିକ ବାର ଅବଧି ବି ସରିଲାଣି କି;ୁ ଏପର୍ଯ୍ୟର୍ନ୍ତ ଏହା ସମ୍ପନ୍ନ ହୋଇନି । ଫଳରେ ଇସ୍ପାତ ସହରରୁ ର୍ନିଗତ ବର୍ଜ୍ୟ ଜଳ ସିଧାସଳଖ ବ୍ରାହ୍ମଣୀ ନଦୀରେ ପଡ଼ୁଛି । ଉଲ୍ଲେଖଯୋଗ୍ୟ, ୨୩୧ କିଲୋମିଟର ଲମ୍ବ ବିଶିଷ୍ଟ ସେ୍ୱରେଜ୍ ପାଇପ୍ ବିଛା ଓ ସେ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍(ଏସଫିପି) ସ୍ଥାପନ ପାଇଁ ମୋଟ୍ ୩୨୦.୪୦ କୋଟି ବ୍ୟୟ ବରାଦ ହୋଇଥିଲା । ମୋଟ୍ ଦୁଇଟି ପ୍ରକଳ୍ପ,- ‘ଏସଟିପି ପୂର୍ବ’ ଓ ‘ଏସଟିପି ପଶ୍ଚିମ’ ପାଇଁ ଅନୁଦାନ ଆସିଥିଲା । ତେବେ କୋଏଲନଗର, ଝିରପାଣି, ଜଗଦା ଅଞ୍ଚଳରେ ହେବାକୁ ଥିବା ‘ଏସପିଟି ପୂର୍ବ’ ପ୍ରକଳ୍ପ ବାତିଲ୍ ହୋଇଯାଇଥିଲା । ଉକ୍ତ ଅଞ୍ଚଳରେ ପ୍ରକଳ୍ପ ପାଇଁ ଆବଶ୍ୟକ ସାଢ଼େ ୪ ଏକର ଜମି ମିଳିପାରିନଥିଲା । ରାଉରକେଲା ଇସ୍ପାତ କାରଖାନା(ଆର୍ଏସପି) ଉକ୍ତ ଜମି ଯୋଗାଇବାରେ ଅସମର୍ଥ ପ୍ରକାଶ କରିବାରୁ ଏହି ପ୍ରକଳ୍ପ ଅର୍ନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି ।

ଅପରପକ୍ଷରେ ‘ଏସଟିପି ପଶ୍ଚିମ’ ପ୍ରକଳ୍ପ ର୍ନିର୍ମାଣ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଅଧୀନରେ ବାଲୁଘାଟରେ ପ୍ରାୟ ୨୪ ଏକର ପରିମିତ ଅଞ୍ଚଳରେ ଏସଟିପି ସ୍ଥାପିତ ହୋଇଛି । ଏହାସହ ସିଭିଲ୍ ଟାଉନସିପରେ ମୁଖ୍ୟ ପମ୍ପିଂ ଷ୍ଟେସନ ନିର୍ମାଣ ସରିସାରିଥିବାରୁ ଏ ଅଞ୍ଚଳର ପ୍ରତ୍ୟେକ ଘରକୁ ସେ୍ୱରେଜ୍ ପାଇପ୍ ସଂଯୋଗ କରାଯାଇଛି । ତେବେ ସହରର ଅନ୍ୟ ପ୍ରମୁଖ ଅଞ୍ଚଳ, ଯଥା-ଛେଣ୍ଡ୍, ବାସନ୍ତୀ କଲୋନି, ରେଲେୱ କଲୋନି, ପାନପୋଷ, ଡେଲିମାର୍କେଟ୍, କଳିଙ୍ଗ ବିହାର, ମାଲଗୋଦାମ ଆଦି ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇପାରିନି ।

କାରଣ, ଏହି ଅଞ୍ଚଳରୁ ବର୍ଜ୍ୟ ଜଳ ସଂଗ୍ରହ ପାଇଁ ପ୍ରସ୍ତାବିତ ୪ଟି ପମ୍ପିଂ ଷ୍ଟେସନ, ଯଥା-ଉଦିତନଗର ମ୍ୟୁନିସିପାଲ କଲେଜ ପାଖ, ପ୍ରଧାନପଲ୍ଲୀ, ଛେଣ୍ଡ୍ ଶିଳ୍ପାଞ୍ଚଳ, ରେଲେୱ କଲୋନୀରେ ଏହି ପମ୍ପିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇନି । ଏଥିମଧ୍ୟରୁ ୨ଟି ପମ୍ପି ଷ୍ଟେସନର ନିର୍ମାଣ ଶେଷ ହୋଇସାରିଥିବାବେଳେ ଆଉ ୨ଟିର ନିର୍ମାଣ ସରିନି । ଏତଦ ବ୍ୟତୀତ ସେ୍ୱରେଜ୍ ପାଇପ୍ ବିଛା କାର୍ଯ୍ୟ ବି ଅଧପନ୍ତରିଆ ହୋଇପଡ଼ିରହିଛି । ଏଣୁ ପାଇପ୍ ବିଛା ଯିବାସହ ପମ୍ପିଂ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ କେବେ ସରିବ ତାହା ଅସ୍ପଷ୍ଟ । ତେବେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ନ କରିବ




