ବ୍ରାହ୍ମଣୀ ଡ଼ଙ୍ଗାବୁଡି ଘଟଣା,ମିଳିଲା ନାଉରିଆଙ୍କ ମୃତଦେହ

ଆଳି :ଗତକାଲି ସକାଳେ କେନ୍ଦ୍ରାପଡା ଆଳି ଏକମାଣିଆରୁ କେରଡ଼ା ଯାଉଥିବା ଏକ ଯାତ୍ରୀବIହି ଡ଼ଙ୍ଗା ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟି ପଡିଥିଲା I ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ନାଉରି ସୁଦର୍ଶନ ସ୍ୱାଇଁ ନିଖୋଜ ଥିଲେ I ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ନାଉରିଆ ସୁଦର୍ଶନଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ସୂଚନାନୁସାରେ,ଗତକାଲି ଆଳି ବ୍ଲକ ବାହ୍ମଣୀ ନଦୀରେ ଏକମାଣିଆ ପଂଚାୟତର ଲୋକେ କେରେଡ଼ାଗଡ଼ ଆସିବାକୁ ପ୍ରଥମ ଭଡ଼ା ଡ଼ଙ୍ଗାରେ […]

Samaya Live Picture
Published On

ଆଳି :ଗତକାଲି ସକାଳେ କେନ୍ଦ୍ରାପଡା ଆଳି ଏକମାଣିଆରୁ କେରଡ଼ା ଯାଉଥିବା ଏକ ଯାତ୍ରୀବIହି ଡ଼ଙ୍ଗା ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟି ପଡିଥିଲା I ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ନାଉରି ସୁଦର୍ଶନ ସ୍ୱାଇଁ ନିଖୋଜ ଥିଲେ I ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ନାଉରିଆ ସୁଦର୍ଶନଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।

ସୂଚନାନୁସାରେ,ଗତକାଲି ଆଳି ବ୍ଲକ ବାହ୍ମଣୀ ନଦୀରେ ଏକମାଣିଆ ପଂଚାୟତର ଲୋକେ କେରେଡ଼ାଗଡ଼ ଆସିବାକୁ ପ୍ରଥମ ଭଡ଼ା ଡ଼ଙ୍ଗାରେ ବସିଥିଲେ । ହେଲେ ଡ଼ଙ୍ଗାଟି କୂଳରୁ କିଛି ଦୂରକୁ ଯାଇ ବୁଡ଼ିଯାଇଥିଲା । ସେହି ସମୟରେ ନାଉରିଆ ସୁଦର୍ଶନ ସ୍ୱାଇଁ ନଦୀ ପାଣିରୁ ୪ ଜଣଙ୍କୁ ଟାଣି ଆଣି ନୂଆ ଜୀବନ ଦେଇଥିଲେ I ମାତ୍ର ୧୫ ବର୍ଷର ବାଳକ ଦେବେନ୍ଦ୍ର ବେହେରାଙ୍କ ସହିତ ନାଉରିଆ ନିଖୋଜ ହୋଇ ଯାଇଥିଲେ I ଏହାର କିଛି ସମୟ ପରେ ଦେବେନ୍ଦ୍ରର ମୃତ ଦେହ ଉଦ୍ଧାର ହୋଇ ପାରିଥିବା ବେଳେ ଆଜି ନାଉରିଆଙ୍କର ମୃତଦେହ ଉଦ୍ଧାର ହୋଇଛି I ଏହି ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I

ବ୍ରାହ୍ମଣୀ ଡ଼ଙ୍ଗାବୁଡି ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୋକ ପ୍ରକାଶ କରିବା ସହ,ପ୍ରାଣ ହରାଇଥିବା ନାବାଳକର ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ I

Tags: