ଶ୍ରୀ ଲୋକନାଥ ପୀଠରେ ବାଉନ୍ସର,ଶ୍ରଦ୍ଧାଳୁଙ୍କ ଅସନ୍ତୋଷ

ପୁରୀ : ଆଜି ପବିତ୍ର ମହାଶିବରାତ୍ରି । ସାରା ରାଜ୍ୟରେ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଏହି ଅବସରରେ ପୁରୀ ଶ୍ରୀ ଲୋକନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଦେଖାଦେଇଛି । ଶ୍ରୀଲୋକନାଥଙ୍କ ପୀଠରେ ବାଉଁସର ମୁତୟନକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଶ୍ରଦ୍ଧାଳୁ । ମଧ୍ୟରାତ୍ରରୁ ଦ୍ଵାର ଫିଟା ନୀତି ତାପରେ ମଙ୍ଗଳ ଆରତି ବଢିବା ପରେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରୁଥିଲେ । ଏହି ସମୟରେ ଦ୍ଵାରରେ ବାଉନ୍ସରମାନେ ଭକ୍ତମାନଙ୍କୁ ଠେଲାପେଲା କରିବା […]

ଶ୍ରୀ ଲୋକନାଥ ପୀଠରେ ବାଉନ୍ସର,ଶ୍ରଦ୍ଧାଳୁଙ୍କ ଅସନ୍ତୋଷ
Samaya Live Picture
Published On

ପୁରୀ : ଆଜି ପବିତ୍ର ମହାଶିବରାତ୍ରି । ସାରା ରାଜ୍ୟରେ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଏହି ଅବସରରେ ପୁରୀ ଶ୍ରୀ ଲୋକନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଦେଖାଦେଇଛି । ଶ୍ରୀଲୋକନାଥଙ୍କ ପୀଠରେ ବାଉଁସର ମୁତୟନକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଶ୍ରଦ୍ଧାଳୁ । ମଧ୍ୟରାତ୍ରରୁ ଦ୍ଵାର ଫିଟା ନୀତି ତାପରେ ମଙ୍ଗଳ ଆରତି ବଢିବା ପରେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରୁଥିଲେ । ଏହି ସମୟରେ ଦ୍ଵାରରେ ବାଉନ୍ସରମାନେ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ପରେ ପୋଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଛନ୍ତି । ବାଉନ୍ସରଙ୍କୁ ନିଯୁକ୍ତି ଦେବା ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଏ ଏହି ବାଉନ୍ସରଙ୍କୁ ନିଯୁକ୍ତି ଦେଇଛି ଜଣାପଡି ନାହିଁ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ କରି କିନ୍ତୁ ଲୋକନାଥ ଦେବଙ୍କ ମନ୍ଦିର ପରିସର ଭିତରେ ସୁରକ୍ଷା ପାଇଁ ବାଉଁସର ନିଯୁକ୍ତି ହୋଇଥିବା ପରିଲକ୍ଷିତ ହୋଇଛି।

ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ । ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାଉଁସର୍ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍ ଧରିଛି । ଏ ଦିଗରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି।

Tags: