ଡ଼ିପଥେରିଆ ପାଇଁ ଆଜିଠାରୁ ବୁଷ୍ଟର ଡୋଜ

ରାୟଗଡା : ରାଜ୍ୟରେ ଧୀରେ ଧୀରେ ସଂକ୍ରାମକ ରୂପ ନେଉଛି ଡିପଥେରିଆ I ଏହି ରୋଗ ପାଇଁ ଆଜି ଠାରୁ ବୁଷ୍ଟର ଡୋଜ ଦିଆଯାଉଛି। ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନେଇଛି ବଡ଼ ପଦକ୍ଷେପ । ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ । ସର୍ଭେଲାନ୍ସ ପରେ ଏହି ବୁଷ୍ଟର ଡୋଜ ଦିଆଯିବ I ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ସେହିପରି ୫ରୁ […]

Samaya Live Picture
Published On

ରାୟଗଡା : ରାଜ୍ୟରେ ଧୀରେ ଧୀରେ ସଂକ୍ରାମକ ରୂପ ନେଉଛି ଡିପଥେରିଆ I ଏହି ରୋଗ ପାଇଁ ଆଜି ଠାରୁ ବୁଷ୍ଟର ଡୋଜ ଦିଆଯାଉଛି। ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନେଇଛି ବଡ଼ ପଦକ୍ଷେପ । ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ । ସର୍ଭେଲାନ୍ସ ପରେ ଏହି ବୁଷ୍ଟର ଡୋଜ ଦିଆଯିବ I ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ୍ । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି । ରାୟଗଡ଼ାରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ। ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ବର୍ତମାନ ୩ ଜିଲ୍ଲାରେ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛିି । କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଆରଏମଆରସିକୁ ପଠାଯାଇଛି ।

ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ । ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବାୟୁ ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଥିବାରୁ ପ୍ରଭାବିତ ଅଂଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଂଟିବାୟୋଟିକ ଦ୍ୱାରା ଏହି ସଂକ୍ରମଣର ମୂଳପୋଛ କରାଯାଇ ପାରିବ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଜଣ ସ୍ୱାସ୍ଥ୍ୟ ମନ୍ତୀ I ସେ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ କେସ ଆସି ନାହିଁ I ସେହିପରି ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ୫ ଜଣ ସୁସ୍ଥ ହୋଇ ଫେରି ଯାଇଥିବା ସୂଚନା ଦେଇଛନ୍ତି I

Tags: