ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ବୋମା ମାଡ଼ ନାଟକ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ବୋମାମାଡ଼ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ । ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ କାର୍ଯ୍ୟକ୍ରମ ରଚିଥିଲେ ମହିଳା । ଏହି ଘଟଣାର ପର୍ଦ୍ଦାଫାଶ କରି ଭରତପୁର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ମହିଳା ଘୁଙ୍ଗୁର ମିଶ୍ର ଫେରାର ଥିବାବେଳେ ତାଙ୍କର ଅନ୍ୟ ୩ […]

ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ବୋମା ମାଡ଼ ନାଟକ
Samaya Live Picture
Published On

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ବୋମାମାଡ଼ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ । ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ କାର୍ଯ୍ୟକ୍ରମ ରଚିଥିଲେ ମହିଳା । ଏହି ଘଟଣାର ପର୍ଦ୍ଦାଫାଶ କରି ଭରତପୁର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ମହିଳା ଘୁଙ୍ଗୁର ମିଶ୍ର ଫେରାର ଥିବାବେଳେ ତାଙ୍କର ଅନ୍ୟ ୩ ସହଯୋଗୀ ଧରାପଡ଼ିଛନ୍ତି ।

ଘଟନାନୁସାରେ,ଗତ ସେପ୍ଟେମ୍ବର ୧୧ ତାରିଖ ଏବଂ ଅକ୍ଟୋବର ୪ ତାରିଖରେ ଘୁଙ୍ଗୁରୁଙ୍କ ଘର ଆଗରେ ବୋମାମାଡ଼ ଏବଂ ଫାୟାରିଂ ହୋଇଥିବା ନେଇ ଭରତପୁର ଥାନାରେ ଦୁଇଟି ଅଭିଯୋଗ କରିଥିଲେ ନିଜେ ଘୁଙ୍ଗୁର । ଏହି ଘଟଣାର ଭରତପୁର ଥାନା ପୋଲିସ ତଦନ୍ତ କରୁଥିବାବେଳେ ଘଟଣା ଅନ୍ୟ ପ୍ରକାର ଘଟିଥିବା ଜାଣିବାକୁ ପାଇଥିଲେ । ନିଜେ ଘୁଙ୍ଗୁର ମିଶ୍ର ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ନିଜ ଡ୍ରାଇଭର ସହ ଅନ୍ୟ ୨ ଜଣଙ୍କୁ ନିୟୋଜିତ କରି ବୋମା ମାଡ଼ କରାଇଥିଲେ । ଏହାପରେ ଥାନାରେ ମିଛ ଅଭିଯୋଗ କରିଥିଲେ । ସତ ଜାଣିବା ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ବନ୍ଧୁକ, ଗୁଳି ଦୁଇଟି ମୋବାଇଲ ଜବତ କରିଛି। ତେବେ ୩ ଅଭିଯୁକ୍ତ ଗିରଫ ହେବା ପରେ, ସବୁକଥା ଗୋଟି ଗୋଟି କରି ପୋଲିସ ଆଗରେ କହିଥିଲେ । ଏହି ଘଟଣାରେ ଘୁଙ୍ଗୁରୁ ମିଶ୍ର ଫେରାର ଥିବା ସହିତ ତାଙ୍କ ସହଯୋଗୀ ମାନେ ଗିରଫ ହୋଇଛନ୍ତି । ଏହି ଘଟଣା ପରେ, ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହାକୁ ଖାରଜ କରାଯାଇଛି । ଏନେଇ ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

Tags: