ରାଜଧାନୀ ଦିଲ୍ଲୀରେ ୨ଟି ସ୍କୁଲ୍କୁ ବୋମାର ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ :ରାଜଧାନୀ ନୂଆଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀର ଚାଣକ୍ୟପୁରୀର ନେଭି ସ୍କୁଲ ଓ ଦ୍ୱାରକାର ସିଆରପିଏଫ୍ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇପଡିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ସନ୍ଧାନୀ ଦଳ ପକ୍ଷରୁ ତଲାସୀ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ […]

ରାଜଧାନୀ ଦିଲ୍ଲୀରେ ୨ଟି ସ୍କୁଲ୍କୁ ବୋମାର ଉଡାଇ ଦେବାକୁ ଧମକ
Samaya Live Picture
Published On

ନୂଆଦିଲ୍ଲୀ :ରାଜଧାନୀ ନୂଆଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀର ଚାଣକ୍ୟପୁରୀର ନେଭି ସ୍କୁଲ ଓ ଦ୍ୱାରକାର ସିଆରପିଏଫ୍ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇପଡିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ସନ୍ଧାନୀ ଦଳ ପକ୍ଷରୁ ତଲାସୀ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳି ନାହିଁ ।

ସୋମବାର ସକାଳ ୭.୩୦ ମିନିଟରେ ପୃଥକ ଇ-ମେଲରେ ଏହି ସ୍କୁଲ ଗୁଡିକୁ ବୋମାରେ ଉଡାଇଦେବାକୁ ଧମକ ମିଳିଥିଲା । ଏହାପରେ ସ୍କୁଲ କର୍ତୃପକ୍ଷ ଦିଲ୍ଲୀ ପୋଲିସ କଣ୍ଟ୍ରୋଲରୁମକୁ ଜଣାଇଥିଲେ । ତତ୍କ୍ଷଣାତ ସ୍କୁଲ ପରିସରରେ ଦିଲ୍ଲୀ ପୋଲିସର ବୋମା ସ୍କ୍ବାର୍ଡ, ଡଗ୍ ସ୍କ୍ବାର୍ଡ, ସାଇବର ଏକ୍ସପର୍ଟ ଟିମ୍ ଏବଂ ସ୍ପେଶାଲ ଷ୍ଟାଫ ଟିମ୍ ପହଞ୍ଚି ତନ୍ନ ତନ୍ନ ନିରୀକ୍ଷଣ କରିଥିଲେ । ହେଲେ, କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ବୋଲି ଦିଲ୍ଲୀ ପୋଲିସ୍ ଏକ ବିବୃତ୍ତିରେ କହିଛି ।

ସେହିପରି ଚଳିତ ବର୍ଷ ପ୍ରାରମ୍ଭରେ ଦିଲ୍ଲୀ ଏନସିଆରରେ ଥିବା ସେଣ୍ଟ ଷ୍ଟିଫେନ୍ କଲେଜକୁ ଇମେଲ୍ ଯୋଗେ ବୋମା ଧମକ ଆସିଥିଲା । ନୋଏଡାର ଶିବ ନାଦାର ସ୍କୁଲ ଏବଂ ଦିଲ୍ଲୀର ଆଲକନ୍ ସ୍କୁଲକୁ ବୋମା ଧମକ ମିଳିଥିଲା । ଏହା ପରେ ଭୟଭୀତ ହୋଇ ସ୍କୁଲ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା । ଯଦିଓ ପରେ ଦିଲ୍ଲୀର ଆଲକନ୍ ସ୍କୁଲକୁ ମିଳିଥିବା ବୋମା ଧମକ ମିଥ୍ୟା ବୋଲି ଜଣା ପଡିଥିଲା ।

Tags: