ଭୁବନେଶ୍ୱର ବିମାନ,ଝାରସୁଗୁଡା ବିମାନ ବନ୍ଦରରେ ବୋମା ଗୁଜବ !
ଭୁବନେଶ୍ୱର/ଝାରସୁଗୁଡା : ବାତ୍ୟା ଆତଙ୍କ ଭିତରେ ପୁଣି ଏକ ଭୟଙ୍କର ଖବର ଶୁଣିବାକୁ ମିଳିଛି । ଗତ କିଛିଦିନ ହେବ ଦେଶର ବିଭିନ୍ନ ବିମାନ ବନ୍ଦରରେ ବୋମା ଥିବା ସୂଚନା ମିଳୁଥିବାବେଳେ,ଆଜି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଳିଛି ବୋମା ଧମକ । ବିମାନ ବନ୍ଦରରେ ବୋମା ଥିବା ଧମକପୂର୍ଣ୍ଣ କଲ ଧମକପୂର୍ଣ୍ଣ କଲ ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବୋମା ଗୁଜବ […]
ଭୁବନେଶ୍ୱର/ଝାରସୁଗୁଡା : ବାତ୍ୟା ଆତଙ୍କ ଭିତରେ ପୁଣି ଏକ ଭୟଙ୍କର ଖବର ଶୁଣିବାକୁ ମିଳିଛି । ଗତ କିଛିଦିନ ହେବ ଦେଶର ବିଭିନ୍ନ ବିମାନ ବନ୍ଦରରେ ବୋମା ଥିବା ସୂଚନା ମିଳୁଥିବାବେଳେ,ଆଜି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଳିଛି ବୋମା ଧମକ । ବିମାନ ବନ୍ଦରରେ ବୋମା ଥିବା ଧମକପୂର୍ଣ୍ଣ କଲ ଧମକପୂର୍ଣ୍ଣ କଲ ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବୋମା ଗୁଜବ ପ୍ରଚାର ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି ।
ପ୍ରଥମେ ଭୁବନେଶ୍ବର ବିମାନ ବନ୍ଦରକୁ ଆସିଥିଲା ବୋମା ଧମକ । ବେଙ୍ଗାଲୁରୁ-ଭୁବନେଶ୍ବର ଏୟାର ଆକାଶ (୬ଏ-୧୨୮)ରେ ବୋମା ଆଶଙ୍କାରେ ବିମାନରେ ଖାନତଲାସ କରାଯାଇଛି। ଦିନ ସାଢେ଼ ୩ଟା ସୁଦ୍ଧା ବିମାନ ଉଡାଣ ନେଇନାହିଁ। ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିନଥିଲେ ହେଁ ଜରୁରୀ କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବିତ ହୋଇଥିବା ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀ କହିଛନ୍ତି।
ଆଜି ଦିନ ୧୨ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ୧ଟା ୧୦ ମିନିଟରେ ଛାଡିବାର୍ ଥିଲା। କିନ୍ତୁ ବୋମା ସୂଚନା ମିଳିବା ପରେ ବିମାନକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉଥରେ ଯାଞ୍ଚ କରାଯାଇଥିଲା। ତେବେ ବିମାନରୁ ସେଭଳି କୌଣସି ବୋମା ମିଳି ନଥିଲା । ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ଯେ ନିୟମାନୁସାରେ ବିମାନବନ୍ଦରରେ ବୋମା ନିଷ୍କ୍ରିୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି ଏବଂ ବିମାନ ଉଡ଼ିବା ପାଇଁ ଅନୁମତି ଦିଆଯାଇଛି।
ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ବୋମା ଧମକ ମିଳିଛି । ସୋସିଆଲ ମିଡିଆରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବୋମା ଥିବା ନେଇ ସୂଚନା ଦିଆଯାଇଥିଲା ।
ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିଲା । ଏହାପରେ ବିମାନଟିର ଯାଞ୍ଚ କରାଯାଇଥିବା ଏୟାରପୋର୍ଟ ନିର୍ଦ୍ଦେଶକ ସନ୍ଦୀପ କୁମାର ତିଓ୍ବାରୀ ସୂଚନା ଦେଇଛନ୍ତି ।




