ନିଷ୍କ୍ରିୟ ବେଳେ ଫୁଟିଲା ବୋମା,ହାବିଲଦାର ମୃତ
କଟକ : ଜବତ ବୋମା ନିଷ୍କ୍ରିୟ ବେଳେ ଫୁଟିଲା ବୋମା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଟିମର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ପୋଲିସ କର୍ମଚାରୀ ମାନେ ଆହତ ହୋଇଛନ୍ତି । କଟକ ଗୋପାଳପୁର ଠାରେ ଏହି ଅଘଟଣ ଘଟିଛି । ମୃତ ହବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ । ତାଙ୍କ ଘର ଜଗତପୁର ପିର ବଜାର ଅଞ୍ଚଳରେ I ମୃତଦେହକୁ ଉଦ୍ଧାର କରି କଟକ ବଡମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ସଦର […]
କଟକ : ଜବତ ବୋମା ନିଷ୍କ୍ରିୟ ବେଳେ ଫୁଟିଲା ବୋମା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଟିମର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ପୋଲିସ କର୍ମଚାରୀ ମାନେ ଆହତ ହୋଇଛନ୍ତି । କଟକ ଗୋପାଳପୁର ଠାରେ ଏହି ଅଘଟଣ ଘଟିଛି । ମୃତ ହବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ । ତାଙ୍କ ଘର ଜଗତପୁର ପିର ବଜାର ଅଞ୍ଚଳରେ I ମୃତଦେହକୁ ଉଦ୍ଧାର କରି କଟକ ବଡମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।
ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ହୋଇଥିବା ବୋମା। ଆଜି ପୁଲିସ ପକ୍ଷରୁ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ଅଘଟଣ ଘଟି ପୁଲିସ ଟିମର କିଛି ସଦସ୍ୟ ଆହତ ହୋଇଥିଲେ । ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଥିବାରୁ ଏସସିବି ମେଡିକାଲକୁ ନେବା ବେଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏହା ଫୁଟିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




