ବାଇକରେ ବୋମା ଫୁଟି ,୧ ମୃତ ୧ ଗୁରୁତର

ଖୋର୍ଦ୍ଧା : ବାଇକରେ ଯାଉଥିବାବେଳେ ବୋମା ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ଭୋର ସମୟରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମ ରାସ୍ତାରେ ଘଟିଛି ଏହି ଘଟଣା । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ମୃତକ ଏବଂ ଆହତ ବ୍ୟକ୍ତି ଶଢ଼େଇଗଡ଼ ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ଏକ […]

ବାଇକରେ ବୋମା ଫୁଟି ,୧ ମୃତ ୧ ଗୁରୁତର
Samaya Live Picture
Published On

ଖୋର୍ଦ୍ଧା : ବାଇକରେ ଯାଉଥିବାବେଳେ ବୋମା ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ଭୋର ସମୟରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମ ରାସ୍ତାରେ ଘଟିଛି ଏହି ଘଟଣା । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ମୃତକ ଏବଂ ଆହତ ବ୍ୟକ୍ତି ଶଢ଼େଇଗଡ଼ ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ଏକ ବାଇକରେ କିଛି ବୋମା ନେଇ ଗାଁ ରାସ୍ତାରେ ଯାଉଥିଲେ। ହଠାତ ଭାରସାମ୍ୟ ହରାଇବାରୁ ବାଇକ ସହିତ ବ୍ୟକ୍ତିଦ୍ଵୟ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ବାଇକରେ ନେଉଥିବା ବୋମା ତଳେ ପଡ଼ି ଫୁଟି ଯିବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟଜଣେ ଆହତ ହୋଇଥିଲେ,ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇବା ପରେ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: