ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଭୁବନେଶ୍ୱର : ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିର ଭିତର ବେଡ଼ାର ଫୋଟ ଭାଇରାଲ କରି ବିବାଦରେ ଫସିଛନ୍ତି ଶିଳ୍ପା । ସୋମବାର ଶିଳ୍ପା ଏକ ଜୁଏଲାରୀ ସୋପ୍ର ଉଦଘାଟନ କାମରେ ଭୁବନେଶ୍ଵର ଆସିଥିଲେ। ଏହା ପରେ ସେ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେଠାରେ ସେ ଜଣେ ସେବାୟତଙ୍କ ସହ ଫଟୋ ଏବଂ ଭିଡିଓ ଉଠାଇ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି। ତେବେ ଲିଙ୍ଗରାଜ ମନ୍ଦିରକୁ ମୋବାଇଲ […]
ଭୁବନେଶ୍ୱର : ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିର ଭିତର ବେଡ଼ାର ଫୋଟ ଭାଇରାଲ କରି ବିବାଦରେ ଫସିଛନ୍ତି ଶିଳ୍ପା । ସୋମବାର ଶିଳ୍ପା ଏକ ଜୁଏଲାରୀ ସୋପ୍ର ଉଦଘାଟନ କାମରେ ଭୁବନେଶ୍ଵର ଆସିଥିଲେ। ଏହା ପରେ ସେ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେଠାରେ ସେ ଜଣେ ସେବାୟତଙ୍କ ସହ ଫଟୋ ଏବଂ ଭିଡିଓ ଉଠାଇ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି।
ତେବେ ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି । ମନ୍ଦିର ଭିତରେ କିଏ ତାଙ୍କୁ ଫଟୋ ଉଠାଇବାକୁ ଅନୁମତି ଦେଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏପରି କି ଶିଳ୍ପାଙ୍କ ସାଙ୍ଗରେ ଥିବା ସେବାୟତ ଜଣକ ତାଙ୍କୁ ବାରଣ ନକରି ଓଲଟା କିପରି ତାଙ୍କ ସହିତ ଫୋଟ ଉଠାଇଲେ ଏନେଇ ଆଲୋଚନା ହେଉଛି। ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ରହିଥିବାବେଳେ ଭିଭିଆଇପିଙ୍କ ପାଇଁ ଅଲଗା ନିୟମ କରାଯାଉଥିବାରୁ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଫଟୋ ଏବଂ ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।




