ଡିଭାଇଡରରେ ବୋଲେରୋ ପିଟି ହୋଇ ୮ ଗୁରୁତର,୨ ମୃତ
ରାଉରକେଲା : ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହୋଇ ୧୦ ଗୁରୁତର I ଆଜି ସକାଳେ ଜାତୀୟ ରାଜପଥ ୧୪୩ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ରାଉରକେଲା ହସ୍ପିଟାଲରେ ଭର୍ତି କରାଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ସରୋଜିନୀ ଦାସମହାପାତ୍ର ଓ ତପନଦାସ ମହାପାତ୍ର। ଅନ୍ୟ ଗୁରୁତରଙ୍କୁ ବେଦବ୍ୟାସସ୍ଥ ଘରୋଉ […]
ରାଉରକେଲା : ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହୋଇ ୧୦ ଗୁରୁତର I ଆଜି ସକାଳେ ଜାତୀୟ ରାଜପଥ ୧୪୩ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ରାଉରକେଲା ହସ୍ପିଟାଲରେ ଭର୍ତି କରାଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ସରୋଜିନୀ ଦାସମହାପାତ୍ର ଓ ତପନଦାସ ମହାପାତ୍ର। ଅନ୍ୟ ଗୁରୁତରଙ୍କୁ ବେଦବ୍ୟାସସ୍ଥ ଘରୋଉ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା। ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି I ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।




