ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର

ସମ୍ବଲପୁର : ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗେଙ୍ଗୁଟିପାଲି ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୋତିଝରଣ ଅଞ୍ଚଳର ଶେଖ୍ ହୁସେନ ବୋଲି ଜଣାପଡିଛି। ସେ ଜଣେ କବାଡି ବ୍ୟବସାୟୀ ଥିବାବେଳେ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ । ହୁସେନଙ୍କ ନିଖୋଜ ନେଇ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇନଥିଲେ । ତେବେ […]

Samaya Live Picture
Published On

ସମ୍ବଲପୁର : ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗେଙ୍ଗୁଟିପାଲି ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୋତିଝରଣ ଅଞ୍ଚଳର ଶେଖ୍ ହୁସେନ ବୋଲି ଜଣାପଡିଛି। ସେ ଜଣେ କବାଡି ବ୍ୟବସାୟୀ ଥିବାବେଳେ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ ।

ହୁସେନଙ୍କ ନିଖୋଜ ନେଇ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇନଥିଲେ । ତେବେ ଆଜି ସକାଳେ ଗେଙ୍ଗୁଟିପାଲି ଠାରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ନିଖୋଜ ଥିବା ଶେଖ୍ ହୁସେନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଶେଖ୍ ହୁସେନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Tags: