ମହାନଦୀରୁ ଅବସର ପ୍ରାପ୍ତ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟ ନିକଟରୁ ମୃତଦେହ ଉଦ୍ଧାର । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଅନ୍ୟପଟେ ଏହି ମୃତ୍ୟର କାରଣ ଖୋଜୁଛି ପୁଲିସ। ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ପୁଲିସ। ଶେଷ ସୂଚନା ଅନୁସାରେ,ମହାନଦୀରେ ଭାସୁଥିବା ଅଜଣା ମୃତଦେହର ପରିଚୟ ମିଳିଛି । ମୃତଦେହକୁ ଉଦ୍ଧାର କରି ଏସସିବି ପଠାଇଛି […]

Samaya Live Picture
Published On

କଟକ : କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟ ନିକଟରୁ ମୃତଦେହ ଉଦ୍ଧାର । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଅନ୍ୟପଟେ ଏହି ମୃତ୍ୟର କାରଣ ଖୋଜୁଛି ପୁଲିସ। ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ପୁଲିସ।

ଶେଷ ସୂଚନା ଅନୁସାରେ,ମହାନଦୀରେ ଭାସୁଥିବା ଅଜଣା ମୃତଦେହର ପରିଚୟ ମିଳିଛି । ମୃତଦେହକୁ ଉଦ୍ଧାର କରି ଏସସିବି ପଠାଇଛି ପୁଲିସ। ଉଦ୍ଧାର ମୃତଦେହ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କର। ମୃତକ ହେଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହ(୭୮)। ତାଙ୍କ ଘର କଟକ ରାଜେନ୍ଦ୍ରନଗର ହୋଇଥିବାବେଳେ ସେ ନନ୍ଦନକାନନ ପାଖାପାଖି ରହୁଥିଲେ। ତେବେ ସେ ୧୫ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୁଲିସ ତଦନ୍ତ ଜାରି ରଖିଛି।

Tags: