ନିଖୋଜ ଥିବା ମେଡ଼ିସିନ ରିପ୍ରେଜେଣ୍ଟେଟିଭଙ୍କ ମୃତଦେହ ଉଦ୍ଧାର
ଟିଟିଲାଗଡ଼ :ପିକ୍ନିକ୍ କରିବାକୁ ଯାଇ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ନିଖୋଜ I ଘଟଣାକୁ ୨ ଦିନ ବିତି ଯାଇଥିବାବେଳେ ମିଳିଛି ନିଖୋଜ ଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତଙ୍କ ମୃତଦେହ । ରାକେଶଙ୍କ ଘର ବଲାଙ୍ଗୀର ସହରର ପେଲେସ ଲାଇନରେ ବୋଲି ଜଣା ପଡିଛି Iରାକେଶ ପିକନିକ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ I ସୂଚନା ଅନୁସାରେ,ଗତ ୧୮ ତାରିଖରେ ରାକେଶ ୪ ଜଣ ସାଙ୍ଗଙ୍କ ସହ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ଗାଁର ଗଦଗଦା ଜଳପ୍ରପାତ […]
ଟିଟିଲାଗଡ଼ :ପିକ୍ନିକ୍ କରିବାକୁ ଯାଇ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ନିଖୋଜ I ଘଟଣାକୁ ୨ ଦିନ ବିତି ଯାଇଥିବାବେଳେ ମିଳିଛି ନିଖୋଜ ଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତଙ୍କ ମୃତଦେହ । ରାକେଶଙ୍କ ଘର ବଲାଙ୍ଗୀର ସହରର ପେଲେସ ଲାଇନରେ ବୋଲି ଜଣା ପଡିଛି Iରାକେଶ ପିକନିକ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ I
ସୂଚନା ଅନୁସାରେ,ଗତ ୧୮ ତାରିଖରେ ରାକେଶ ୪ ଜଣ ସାଙ୍ଗଙ୍କ ସହ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ଗାଁର ଗଦଗଦା ଜଳପ୍ରପାତ ନିକଟକୁ ପିକ୍ନିକ୍ କରିବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ତୁଷରା ପୋଲିସ,ଗୁଡଭେଲା ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୨ ଦିନ ଧରି ଖୋଜାଖୋଜି କରିବା ପରେ ଗଦଗଦାଠାରୁ ୫୦ ମିଟର ଦୂରରେ ରାକେଶଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ରାକେଶଙ୍କର ଛୋଟ ଝିଅ ଅଛି । ଘଟଣାସ୍ଥଳରେ ତୁଷୁରା ପୋଲିସ ପହଁଚି ଶବବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି I




