ଜଙ୍ଗଲରୁ ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାର୍ତ୍ତାଗୁଡା ପଞ୍ଚମୂଖୀ ହନୁମାନ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦଧିବାମନ ସାହିର କବି ସାହୁ ବୋଲି ଜଣାପଡିଛି। ତାଙ୍କ ଘର ଫିରିଙ୍ଗିଆ ଅଞ୍ଚଳରେ ହୋଇଥିବାବେଳେ ସେ ଗତ କିଛି ବର୍ଷ ଧରି ଫୁଲବାଣୀରେ ରହୁଥିଲେ। ତେବେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ସୂଚନା ଅନୁସାରେ, ଗତ ୧ ତାରିଖରୁ […]

ଜଙ୍ଗଲରୁ ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର
Samaya Live Picture
Published On

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାର୍ତ୍ତାଗୁଡା ପଞ୍ଚମୂଖୀ ହନୁମାନ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦଧିବାମନ ସାହିର କବି ସାହୁ ବୋଲି ଜଣାପଡିଛି। ତାଙ୍କ ଘର ଫିରିଙ୍ଗିଆ ଅଞ୍ଚଳରେ ହୋଇଥିବାବେଳେ ସେ ଗତ କିଛି ବର୍ଷ ଧରି ଫୁଲବାଣୀରେ ରହୁଥିଲେ। ତେବେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ।

ସୂଚନା ଅନୁସାରେ, ଗତ ୧ ତାରିଖରୁ ନିଖୋଜ ଥିଲେ କବି ସାହୁ । ବ୍ୟବସାୟ ପାଇଁ ଯାଇ ଆଉ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ପରେ ଶୁକ୍ରବାର ଏକ ଭୋଜି କାର୍ଯ୍ୟରେ ଯାଇଥିଲେ ପରିବାର ଲୋକେ ଏହି ସମୟରେ ସାର୍ତ୍ତାଗୁଡ଼ା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ସୁଦର୍ଶନଙ୍କ ଲୁନା ପଡ଼ିଥିବା ଦେଖିଥିଲେ ପରିବାର ଲୋକେ । ଆଖପାଖ ଲୋକଙ୍କୁ ପଚାରିବାରୁ ଏହି ବାଇକଟି ଚାରି ପାଞ୍ଚ ଦିନ ହେବ ଏଠାରେ ଥିବା ସେମାନେ କହିଥିଲେ। ଏ ନେଇ ଟାଉନ ଥାନାରେ ସୂଚନା ଦେବାପରେ ପୋଲିସ ସହାୟତାରେ ସାର୍ତ୍ତାଗୁଡା ପଞ୍ଚମୂଖୀ ହନୁମାନ ମନ୍ଦିର ନିକଟ ଜଙ୍ଗଲରୁ କବି ସାହୁଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ପାଇଥିଲେ। ଅପରପକ୍ଷରେ କବିଙ୍କୁ ହତ୍ୟା କରାଯାଇଥିବା ପୁଅ ଅଭିଯୋଗ ଆଣିଛନ୍ତି। ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି।

Tags: