ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ । କେନ୍ଦୁଆପଦା ନିକଟ ରେଳ ଧାରଣାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁସାରେ,ଶେରପୁର ଗ୍ରାମର ଲଲାଟେନ୍ଦୁ […]
ଭଦ୍ରକ : ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ । କେନ୍ଦୁଆପଦା ନିକଟ ରେଳ ଧାରଣାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସୂଚନାନୁସାରେ,ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ ୟୁନିଅନ ବ୍ୟାଙ୍କରେ କାମ କରନ୍ତି । ପ୍ରତିଦିନ ଭଳି ଗତକାଲି ମଧ୍ୟ ବ୍ୟାଙ୍କ ବନ୍ଦ ହେବା ପରେ ସେ ଘରକୁ ଫେରୁଥିଲେ, ମାତ୍ର ଘରେ ପହଞ୍ଚି ନ ଥିଲେ । ଅଧିକ ରାତି ହେବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ସାଙ୍ଗ ସାଥୀଙ୍କୁ ମଧ୍ୟ ପଚାରିଥିଲେ । ମାତ୍ର କେହି କିଛି କହି ପାରି ନ ଥିଲେ । ବିଳମ୍ବିତ ରାତିରେ କେନ୍ଦୁଆପଦା ଷ୍ଟେସନ ନିକଟସ୍ଥ ରେଳ ଧାରଣା ନିକଟରୁ ତାଙ୍କ ସ୍କୁଟି ମିଳିଥିଲା । ଏହା ପରେ ଟ୍ରାକ୍ରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ମିଳିଥିଲା । ଏ ନେଇ ପରିବାର ଲୋକ ସାବରଙ୍ଗ ଥାନାକୁ ଖବର ଦେଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହିଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।




