ପୋଲତଳୁ ଅପହୃତା ନାବାଳିକାଙ୍କ ମୃତଦେହ ଉଦ୍ଧାର
ବାସୁଦେବପୁର : ଦୀର୍ଘ ଛଅ ଦିନ ପରେ ଗୁରୁବାର ଅପହୃତା ନାବାଳିକାର ମୃତଦେହ ଉଦ୍ଧାର । ଶନିବାର ଦିନ ଭଉଣୀ ସହ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଭଦ୍ରକ ଜିଲାର ବାସୁଦେବପୁର ଅଧୀନ ରାଧାନାଥପୁର ଆଢିଆ ଗାଁ ରୁ ନାବାଳିକାଙ୍କୁ ଅପହରଣ କରାଯାଇଥିଲା । ୬ ଦିନ ପରେ ବାସୁଦେବପୁର ଇଷ୍ଟକୋଷ୍ଟ କେନାଲର ଚୂଡ଼ାମଣି ନଖ ପୋଲତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବିଭାଗ ଚୂଡ଼ାମଣି ସାମୁଦ୍ରିକ ପୋଲିସ କର୍ମଚାରୀ ଓ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି […]
ବାସୁଦେବପୁର : ଦୀର୍ଘ ଛଅ ଦିନ ପରେ ଗୁରୁବାର ଅପହୃତା ନାବାଳିକାର ମୃତଦେହ ଉଦ୍ଧାର । ଶନିବାର ଦିନ ଭଉଣୀ ସହ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଭଦ୍ରକ ଜିଲାର ବାସୁଦେବପୁର ଅଧୀନ ରାଧାନାଥପୁର ଆଢିଆ ଗାଁ ରୁ ନାବାଳିକାଙ୍କୁ ଅପହରଣ କରାଯାଇଥିଲା । ୬ ଦିନ ପରେ ବାସୁଦେବପୁର ଇଷ୍ଟକୋଷ୍ଟ କେନାଲର ଚୂଡ଼ାମଣି ନଖ ପୋଲତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବିଭାଗ ଚୂଡ଼ାମଣି ସାମୁଦ୍ରିକ ପୋଲିସ କର୍ମଚାରୀ ଓ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବାବେଳେ ଗୁରୁବାର ଏହି ଅପହୃତା ନାବାଳିକାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୂର୍ବାଞ୍ଚଳ ଡି.ଆଇ.ଜି. ପିନାକ ମିଶ୍ର, ଭଦ୍ରକ ଏସ.ପି ମନୋଜ ରାଉତ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଥିଲେ। ତେବେ ଏହି ଘଟଣାରେ ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ଗ୍ରାମବାସୀ, ଅପହୃତ ନାବାଳିକାଙ୍କର ପରିବାରବର୍ଗ ଦାବି କରିଛନ୍ତି। ଏହି ଘଟଣାରେ ଚୂଡ଼ାମଣି ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।




