ଶ୍ରୀମନ୍ଦିର ପୋଲିସଙ୍କ ପାଇଁ ବଡି କ୍ୟାମେରା

ପୁରୀ : ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ସୁରକ୍ଷା । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବିଶୃଙ୍ଖଳିତ ଭକ୍ତ କିମ୍ବା ସେବାୟତ । ଜଗନ୍ନାଥ ମନ୍ଦିର ପ୍ରବେଶ କଡାକଡି ଯାଞ୍ଚ ହେବ । ଏସ୍‌ପି ପ୍ରତୀକ ସିଂ ଅପରାଧ ନିୟନ୍ତ୍ରଣ ପାଇଁ କିଛି ସ୍ବତନ୍ତ୍ର କରିବାକୁ ଯୋଜନା ରଖିଛନ୍ତି । ବାରମ୍ବାର ମନ୍ଦିର ଭିତରକୁ କିଛି ଭକ୍ତ ସ୍ପାଏ କ୍ୟାମେରା ନେଇ ପ୍ରବେଶ କରୁଥିବାରୁ ଏହାକୁ ରୋକିବା ପାଇଁ କରାଯାଉଛି ବ୍ୟବସ୍ଥା । ଶ୍ରୀମନ୍ଦିରର ସୁରକ୍ଷା ଏବଂ […]

ଶ୍ରୀମନ୍ଦିର ପୋଲିସଙ୍କ ପାଇଁ ବଡି କ୍ୟାମେରା
Samaya Live Picture
Published On

ପୁରୀ : ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ସୁରକ୍ଷା । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବିଶୃଙ୍ଖଳିତ ଭକ୍ତ କିମ୍ବା ସେବାୟତ । ଜଗନ୍ନାଥ ମନ୍ଦିର ପ୍ରବେଶ କଡାକଡି ଯାଞ୍ଚ ହେବ । ଏସ୍‌ପି ପ୍ରତୀକ ସିଂ ଅପରାଧ ନିୟନ୍ତ୍ରଣ ପାଇଁ କିଛି ସ୍ବତନ୍ତ୍ର କରିବାକୁ ଯୋଜନା ରଖିଛନ୍ତି । ବାରମ୍ବାର ମନ୍ଦିର ଭିତରକୁ କିଛି ଭକ୍ତ ସ୍ପାଏ କ୍ୟାମେରା ନେଇ ପ୍ରବେଶ କରୁଥିବାରୁ ଏହାକୁ ରୋକିବା ପାଇଁ କରାଯାଉଛି ବ୍ୟବସ୍ଥା । ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତମାନଙ୍କ ଠାରୁ ଉତ୍କୋଚ ନେଇ ଘଳିଆ ବାଟରେ ଛାଡୁଥିବା ପୁଲିସଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଛାତିରେ କ୍ୟାମେରା ଲଗାଇଛନ୍ତି । ଏଣିକି ଶ୍ରୀମନ୍ଦିରର ଚାରିଦ୍ବାର ନିକଟରେ ଡ୍ୟୁଟି କରୁଥିବା ପୁଲିସମାନେ ସେମାନଙ୍କ ପୋଷାକର ଛାତି ପାଖରେ ନୂଆ କୌଶଳର କ୍ୟାମେରା ଲଗାଇବେ।

ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି କ୍ୟାମେରା ପ୍ରଦାନ କରାଯାଇଛି। ଏହି ଅଡିଓ ସକ୍ଷମ ବଡି କ୍ୟାମେରାଗୁଡ଼ିକ ପ୍ରଚଳନ ଦ୍ୱାରା ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ କଡାକଡି ହେବ ବୋଲି ଆଶା କରାଯାଉଛି।

ଏହି କ୍ୟାମେରାଗୁଡ଼ିକ ମନ୍ଦିର ଭିତରକୁ ନିଷିଦ୍ଧ ଜିନିଷ ପ୍ରବେଶକୁ ରୋକିବାରେ ସହାୟତା କରିବ। ଏହା ବ୍ୟତୀତ, ଅଣ-ସେବାୟତଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ମଧ୍ୟ ସହାୟକ ହେବ। ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତମାନଙ୍କ ଚିତ୍ର ଏହି କ୍ୟାମେରାରେ କଏଦ ହେବା ସହ ସେଠାରେ ହେଉଥିବା ବାର୍ତ୍ତାଳପ ମଧ୍ୟ ରେକର୍ଡ ହୋଇଯିବ। ଏହି କ୍ୟାମେରାରେ ରେକର୍ଡିଂ ହେଉଥିବା ସମସ୍ତ ତଥ୍ୟ କ୍ୟାମେରାରେ ଷ୍ଟୋର ହୋଇ ରହିବ। ଆବଶ୍ୟକ ପଡ଼ିଲେ ପୁଲିସ ସେହି ତଥ୍ୟକୁ ଆଧାର କରି ତଦନ୍ତ ଆଗେଇ ନେଇପାରିବ ବୋଲି ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି

Tags: