ପୃଥକ ସ୍ଥାନରୁ ୩ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ/ବଲାଙ୍ଗୀର : କଟକରେ ବଡ଼ ଚାଞ୍ଚଲ୍ୟ । ପରମସଂହ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଛୋଟ ପିଲାର ଏକ ପୋଷାକ, ମାସ୍କ, ଗ୍ଲୋବସ ଓ ନଦୀ ଭିତରେ ଜଣେ ପୁରୁଷଙ୍କ ପ୍ୟାଣ୍ଟ- ସାର୍ଟ ପଡି ରହିଛି । ଘଟଣା ସ୍ଥଳରୁ ଏକ ଚାପଡ଼ ମିଳିଛି । ମହିଳା ଙ୍କ ହାତରେ ଓଁ ବାବା ବଳିଆ ଲେଖା […]

Samaya Live Picture
Published On

କଟକ/ବଲାଙ୍ଗୀର : କଟକରେ ବଡ଼ ଚାଞ୍ଚଲ୍ୟ । ପରମସଂହ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଛୋଟ ପିଲାର ଏକ ପୋଷାକ, ମାସ୍କ, ଗ୍ଲୋବସ ଓ ନଦୀ ଭିତରେ ଜଣେ ପୁରୁଷଙ୍କ ପ୍ୟାଣ୍ଟ- ସାର୍ଟ ପଡି ରହିଛି । ଘଟଣା ସ୍ଥଳରୁ ଏକ ଚାପଡ଼ ମିଳିଛି । ମହିଳା ଙ୍କ ହାତରେ ଓଁ ବାବା ବଳିଆ ଲେଖା ରହିଛି । ତେବେ ମହିଳା ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସକାଳୁ କିଛି ସ୍ଥାନୀୟ ଲୋକ ନଦୀ ପଠାରେ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। କନ୍ଦରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ମହିଳାଙ୍କ ମୃତଦେହ ରେଳ ଲାଇନ ବାହାରେ ପଡ଼ିଥିବା ବେଳ ଅନ୍ୟ ମୃତଦେହଟି ଅଧ କିଲୋମିଟର ଦୂର ରେଳ ଲାଇନରେ ପଡିଛି । ଦୁଇ ମହିଳାଙ୍କ ପରିଚୟ ମିଳିପାରିନାହିଁ । ୨ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ଜିଆରପି ପୋଲିସ ତଦନ୍ତ କରୁଛି ।

Tags: