ବ୍ରାହ୍ମଣୀରେ ଡଙ୍ଗା ବୁଡି ନାଉରିଙ୍କ ସମେତ ୨ ନିଖୋଜ
ଆଳି : ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀରେ ଘଟି ଯାଇଛି ନୌକା ଦୁର୍ଘଟଣା I ୩୦ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀ ମାନେ ନଦୀରେ ଖସି ପଡ଼ିଥିଲେ I ଏଥିରେ ଜଣେ ୧୨ ବର୍ଷର ବାଳକ ସହିତ ନାଉରିଆ ନିଖୋଜ ହୋଇଯାଇଥିଲେ I ସୂଚନାନୁସାରେ, ଆଜି ସକାଳେ […]
ଆଳି : ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀରେ ଘଟି ଯାଇଛି ନୌକା ଦୁର୍ଘଟଣା I ୩୦ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀ ମାନେ ନଦୀରେ ଖସି ପଡ଼ିଥିଲେ I ଏଥିରେ ଜଣେ ୧୨ ବର୍ଷର ବାଳକ ସହିତ ନାଉରିଆ ନିଖୋଜ ହୋଇଯାଇଥିଲେ I
ସୂଚନାନୁସାରେ, ଆଜି ସକାଳେ ଯାତ୍ରୀମାନେ ବସ ଧରିବାକୁ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ଏହିସମୟରେ ଡଙ୍ଗାଟି ହଠାତ୍ କ୍ଷିପ୍ରଗତିରେ ନଦୀ ଭିତରକୁ ଚାଲିଯାଇ ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲା। ଘାଟିଆ ସୁଦର୍ଶନ ସ୍ବାଇଁ ବୁଡ଼ି ଯାଉଥିବା ଯାତ୍ରୀମାନଙ୍କୁ ଜଣକ ପରେ ଜଣେ ଉଦ୍ଧାର କରିଥିଲେ। ହେଲେ ନଦୀରେ ବୁଡ଼ିଥିବା ଦେବେନ୍ଦ୍ର ବେହେରା(୧୨)ଙ୍କୁ ଉଦ୍ଧାର କରିବା ସମୟରେ ଉଭୟେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଛନ୍ତି।
ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ନାଉରୀ ସୁଦର୍ଶନ ସ୍ୱାଇଁଙ୍କ ପତ୍ତା ମିଳିନାହିଁ। ନଦୀ ଘାଟରେ ଗ୍ରାମବାସୀଙ୍କ ର ଭିଡ଼ ଲାଗି ରହିବା ସହିତ ଦେବେନ୍ଦ୍ରଙ୍କ ମୃତଦେହ ମିଳିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I




