ଆବର୍ଜନା ନିଷ୍କାସନ ପାଇଁ ବିଏମସି ର ନୂଆ ଯୋଜନା ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’

ଭୁବନେଶ୍ୱର : ଭୁବନେଶ୍ୱର ଆବର୍ଜନାର ପେଣ୍ଠ ସ୍ଥଳୀ ପାଲଟିଛି। ଅଳିଆ,ଆବର୍ଜନା ପୃଥକ୍ ହେଉନଥିବାରୁ ବା ମିଶ୍ର ଆବର୍ଜନା ସଂଗ୍ରହ ହେବା ଫଳରେ ଦିନକୁ ଦିନ ଆବର୍ଜନା ବଢିବା ସହିତ ଏହା ବର୍ତ୍ତମାନ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ତେଣୁ ଏବେ ଏହି ଅଳିଆ ଆବର୍ଜନା ନିଷ୍କାସନ ପାଇଁ ବି.ଏମ.ସି ର ନୂଆ ଯୋଜଜା ସାମ୍ନାକୁ ଆସିଛି। ସେହି ଯୋଜନା ହେଲା ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଶିଶୁଟିଏ ଶିଖିଲେ ଅଭିଭାବକ ଶିଖିବେ। ଅଭିଭାବ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଆବର୍ଜନାର ପେଣ୍ଠ ସ୍ଥଳୀ ପାଲଟିଛି। ଅଳିଆ,ଆବର୍ଜନା ପୃଥକ୍ ହେଉନଥିବାରୁ ବା ମିଶ୍ର ଆବର୍ଜନା ସଂଗ୍ରହ ହେବା ଫଳରେ ଦିନକୁ ଦିନ ଆବର୍ଜନା ବଢିବା ସହିତ ଏହା ବର୍ତ୍ତମାନ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ତେଣୁ ଏବେ ଏହି ଅଳିଆ ଆବର୍ଜନା ନିଷ୍କାସନ ପାଇଁ ବି.ଏମ.ସି ର ନୂଆ ଯୋଜଜା ସାମ୍ନାକୁ ଆସିଛି। ସେହି ଯୋଜନା ହେଲା ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଶିଶୁଟିଏ ଶିଖିଲେ ଅଭିଭାବକ ଶିଖିବେ। ଅଭିଭାବ ଶିଖିଲେ ସାରା ସହର ସଚେତନ ହେବ। ଏହି ଆଶା କରି ବିଏମ୍‌ସି ଏବେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଆବର୍ଜନା ପାଠ ପଢ଼ାଇବା ପାଇଁ ଚିନ୍ତା କରିଛି। ଏଥିରେ ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’ ଯୋଜନା ରହିଛି। ପ୍ରତିୱାର୍ଡରେ ଅତି କମ୍‌ରେ ଗୋଟିଏ ଲେଖାଏଁ ସ୍କୁଲ ଆବର୍ଜନା ଶୂନ୍ୟ ହେବ। ସ୍କୁଲ୍‌ଗୁଡ଼ିକରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଏନ୍‌ଜିଓ ଟିମ ନିଯୁକ୍ତ ହେବେ।

ଛାତ୍ରଛାତ୍ରୀ କିଭଳି ବର୍ଜ୍ୟବସ୍ତୁ ହ୍ରାସ କରିବା ଅଭ୍ୟାସ, ପୁନଃଚକ୍ରଣ ପଦ୍ଧତି, ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତି, ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ସମ୍ପର୍କରେ ଜାଣିବେ ତାହାର ବ୍ୟବସ୍ଥା ଏହି ଏନ୍‌ଜିଓ କରିବ। ସ୍କୁଲ୍‌ରେ ପ୍ରଧାନଶିକ୍ଷକଙ୍କୁ ଏହି ତାଲିମ୍ ପ୍ରଦାନ କରାଯିବା ସହିତ ଶୂନ୍ୟ ଆବର୍ଜନା କମିଟି ଗଠନ ହେବ। ତେବେ ଏହି ବିଷୟରେ ଛାତ୍ରଛାତ୍ରୀ ମାନେ ଅଧିକ ଜାଣିଲେ ପରିମଳ ବ୍ୟବସ୍ଥାର ସଠିକ ରୂପେ ପରିଚାଳନା ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Tags: