ଜଳିଗଲା ବିଏମସିର ସଫେଇ ଗାଡ଼ି
ଭୁବନେଶ୍ୱର : ରାସ୍ତା ମଝିରେ ଜଳିଗଲା ବିଏମସିର ସଫେଇ ଗାଡ଼ି । ଡମଣା ଛକ ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା । ଆଜି ଦିନ ୧୧ ଟା ବେଳେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗି ଗାଡିଟି ହୁତୁହୁତୁ ହୋଇ ଜାଳି ଯାଇଛି । ଫଳରେ ଧୂଆଁମୟ ହୋଇଯାଇଥିଲା ସମ୍ପୂର୍ଣ୍ଣ ବାତାବରଣ । ୧୫ ଫୁଟ ଉପରକୁ ଉଠିଲା କଳାଧୂଆଁ। ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ […]
ଭୁବନେଶ୍ୱର : ରାସ୍ତା ମଝିରେ ଜଳିଗଲା ବିଏମସିର ସଫେଇ ଗାଡ଼ି । ଡମଣା ଛକ ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା । ଆଜି ଦିନ ୧୧ ଟା ବେଳେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗି ଗାଡିଟି ହୁତୁହୁତୁ ହୋଇ ଜାଳି ଯାଇଛି । ଫଳରେ ଧୂଆଁମୟ ହୋଇଯାଇଥିଲା ସମ୍ପୂର୍ଣ୍ଣ ବାତାବରଣ । ୧୫ ଫୁଟ ଉପରକୁ ଉଠିଲା କଳାଧୂଆଁ। ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସଫେଇ ଗାଡ଼ିକୁ ଫୋମ ସାହାର୍ଯ୍ୟରେ ନିଆଁ ଲିଭିଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା।




