ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସି ବ୍ୟବହାର କରିବ ଟ୍ରମେଲ ମେସିନ
ଭୁବନେଶ୍ୱର : ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ପଦକ୍ଷେପ । ଆଜି ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ଠାରେ ମେଗା ଟ୍ରମେଲ ମେସିନ ଉଦ୍ଘାଟିତ ହୋଇଛି I ଉଦ୍ଘାଟନ କରିଛନ୍ତି ମେୟର ସୁଲୋଚନା ଦାସ I ଏହି ଟ୍ରମେଲ ମେସିନ ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା ରଖିଛି । ୧୦୦ ମିଲିମିଟର ବା ତାଠାରୁ ବଡ଼ ଆକାରର କଠିନ ବର୍ଜ୍ୟବସ୍ତୁ, ଯେପରିକି ପ୍ଲାଷ୍ଟିକ ବୋତଲ, କପଡ଼ା ଆଦି ପୃଥକ […]
ଭୁବନେଶ୍ୱର : ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ପଦକ୍ଷେପ । ଆଜି ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ଠାରେ ମେଗା ଟ୍ରମେଲ ମେସିନ ଉଦ୍ଘାଟିତ ହୋଇଛି I ଉଦ୍ଘାଟନ କରିଛନ୍ତି ମେୟର ସୁଲୋଚନା ଦାସ I ଏହି ଟ୍ରମେଲ ମେସିନ ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା ରଖିଛି । ୧୦୦ ମିଲିମିଟର ବା ତାଠାରୁ ବଡ଼ ଆକାରର କଠିନ ବର୍ଜ୍ୟବସ୍ତୁ, ଯେପରିକି ପ୍ଲାଷ୍ଟିକ ବୋତଲ, କପଡ଼ା ଆଦି ପୃଥକ କରିପାରୁଛି ।
ଆହୁରି ଛୋଟ ଛୋଟ ଆକାରର, ୪୦ ମିଲିମିଟର, ୨୦ ମିଲିମିଟର ଓ ୪ ମିଲିମିଟରର କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ୩ଟି ମେସିନ ବସିବ । ଏହି ୪ ପ୍ରକାର ଟ୍ରମେଲ ମେସିନ ଦ୍ୱାରା ବର୍ଜ୍ୟବସ୍ତୁକୁ ଆକାର ଅନୁସାରେ ପୃଥକୀକରଣ କରାଯିବ । ଏହାପରେ ଉଇଁଣ୍ଡ୍ରୋସ୍ ପଦ୍ଧତିରେ ସେଗୁଡ଼ିକର ପ୍ରକ୍ରିୟାକରଣ କରାଯାଇ ସେଥିରୁ ଜୈବିକ ଖତ ବାହାରିବ । ବାକି ବର୍ଜ୍ୟବସ୍ତୁକୁ ସିମେଣ୍ଟ ତିଆରି କାରଖାନା ବା ବିକଳ୍ପ ବ୍ୟବହାର ପାଇଁ ଅନ୍ୟ କୌଣସି ସଂସ୍ଥାକୁ ଦିଆଯିବ । ବାକି ୩ଟି ମେସିନ୍ ବସି ସାରିବା ପରେ ମାସକୁ ୨୮ ଦିନ ପୃଥକୀକରଣ ଓ ପ୍ରକ୍ରିୟାକରଣ କାମ ଚାଲିବ । ଏହି ମେସିନ୍ କାର୍ଯ୍ୟକ୍ଷମ ହେବା ଦ୍ବାରା ଟିଟିଏସ୍ ପାଇଁ ସୃଷ୍ଟି ହୋଇଥିବା ଅସନ୍ତୋଷ ଅନେକ ପରିମାଣରେ କମିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକାଶ କରିଛନ୍ତି।




