ବିଏମସି ଘେରାଉ କଲେ ବସ୍ତି ବାସିନ୍ଦା

ଭୁବନେଶ୍ୱର: ବିଏମସି ଅଫିସ ଘେରାଉ କଲେ ୪୫ ନମ୍ବର ବସ୍ତି ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ଡ୍ରେନ ସମସ୍ୟାକୁ ନେଇ ବିଏମ୍‌ସି ଅଫିସ ଘେରାଉ କରିଥିବା ସୂଚନା ମିଳିଛି । ବିଏମସି ଅଫିସ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଆଜି ବିଏମ୍‌ସି କର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଡ୍ରେନ୍ ସମସ୍ୟା ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ […]

Samaya Live Picture
Published On

ଭୁବନେଶ୍ୱର: ବିଏମସି ଅଫିସ ଘେରାଉ କଲେ ୪୫ ନମ୍ବର ବସ୍ତି ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ଡ୍ରେନ ସମସ୍ୟାକୁ ନେଇ ବିଏମ୍‌ସି ଅଫିସ ଘେରାଉ କରିଥିବା ସୂଚନା ମିଳିଛି । ବିଏମସି ଅଫିସ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଆଜି ବିଏମ୍‌ସି କର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଡ୍ରେନ୍ ସମସ୍ୟା ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉ ନଥିବାରୁ ଏହି ପଦକ୍ଷେପ ନେଇଛନ୍ତି ୪୫ ନମ୍ବର ଶବର ସାହି ବାସିନ୍ଦା ।

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି । ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ୱେରେଜ ଲାଇନ୍‌ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍‌ସି ଡ୍ରେନ୍ କାମ କରୁନି। ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୪୫ ନଂ ୱର୍ଡ କର୍ପୋରେଟର ଅମରେଶ ଜେନା ମହିଳାଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରତିବାଦରୁ ହଟିଥିଲେ ।

Tags: