ମୋନ୍ଥା ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି,୫୦ ଆଶ୍ରୟସ୍ଥଳ ପ୍ରସ୍ତୁତ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ଗତି ଧିରେ ଧିରେ ଆଗକୁ ବଢୁଛି । ଆସନ୍ତାକାଲି ରାତିରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରେ ସ୍ଥଳଭାଗ ଛୁଇଁବ । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଏମସି। ଭୁବନେଶ୍ଵରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି। ପ୍ରବଳ ବର୍ଷା,ପବନ ଯୋଗୁଁ ବହୁ ଗଛ ଭାଙ୍ଗିଯିବା ସହ […]

ମୋନ୍ଥା ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି,୫୦ ଆଶ୍ରୟସ୍ଥଳ ପ୍ରସ୍ତୁତ
Samaya Live Picture
Published On

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ଗତି ଧିରେ ଧିରେ ଆଗକୁ ବଢୁଛି । ଆସନ୍ତାକାଲି ରାତିରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରେ ସ୍ଥଳଭାଗ ଛୁଇଁବ । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଏମସି। ଭୁବନେଶ୍ଵରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି। ପ୍ରବଳ ବର୍ଷା,ପବନ ଯୋଗୁଁ ବହୁ ଗଛ ଭାଙ୍ଗିଯିବା ସହ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀମାନେ ପୁରା ସଜାଗ ରହିଛନ୍ତି। ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ ରହିଛି। ସ୍ଥାନୀୟ କର୍ପୋରେଟର୍‌ ମାନଙ୍କର ମଧ୍ୟ ସହଯୋଗ ନେଇପାରିବେ। ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।

Tags: