ବିଏମସି ର କଡା ତାଗିଦ,ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ
ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଲୀଳ ନୃତ୍ୟ । ଏନେଇ ଯାତ୍ରାପାର୍ଟି ମାଲିକ ମାନଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଥିବା କହିଛନ୍ତି BMC କମିଶନର ରାଜେଶ ପ୍ରଭାକାର ପାଟିଲ । ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦେଇଥିବା […]
ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଲୀଳ ନୃତ୍ୟ । ଏନେଇ ଯାତ୍ରାପାର୍ଟି ମାଲିକ ମାନଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଥିବା କହିଛନ୍ତି BMC କମିଶନର ରାଜେଶ ପ୍ରଭାକାର ପାଟିଲ । ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦେଇଥିବା ନିର୍ଦେଶରେ ସେ ଉଲ୍ଲେଖ କରିଛନ୍ତି। ବିଏମସି କମିଶନର କହିଛନ୍ତି ଯେ ସ୍ଥାୟୀ ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ।
ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବାହାର ଆଇଟମ ଡ୍ୟାନସରଙ୍କୁ ଖଣ୍ଡଗିରି ମନା । ଗତ କିଛିଦିନ ତଳେ କୁହାଯାଇଥିଲା କି, ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଆଣିବାକୁ ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧା ମନା କରାଯାଇଛି । ଫେବୃଆରୀ ୦୬ ତାରିଖରୁ ୧୭ ତାରିଖ ଯାଏଁ ଯାଏଁ ଖଣ୍ଡଗିରିରେ ଚାଲିବ ଯାତ୍ରା ମହାସମର ।
ସେହିପରି କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା ।




