ମାର୍କେଟ ବିଲଡିଂ ବିବାଦ,ସମାଧାନ ପାଇଁ ସମୟ ମାଗିଲେ ବିଏମସି କମିଶନର
ଭୁବନେଶ୍ୱର : ମାର୍କେଟ୍ ବିଲ୍ଡିଂରେ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ମାନଙ୍କର ବିବାଦ ଲାଗି ରହିଛି I ସେଥିପାଇଁ ଆଜିଠାରୁ ଅନିର୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ I ଏ ପ୍ରସଙ୍ଗରେ ବିବାଦର ସମାଧାନ ପାଇଁ ସମୟ ମାଗିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗ । ସେ ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ବିଏମସି କମିଶନର କହିଛନ୍ତି, ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ […]
ଭୁବନେଶ୍ୱର : ମାର୍କେଟ୍ ବିଲ୍ଡିଂରେ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ମାନଙ୍କର ବିବାଦ ଲାଗି ରହିଛି I ସେଥିପାଇଁ ଆଜିଠାରୁ ଅନିର୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ I ଏ ପ୍ରସଙ୍ଗରେ ବିବାଦର ସମାଧାନ ପାଇଁ ସମୟ ମାଗିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗ । ସେ ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ବିଏମସି କମିଶନର କହିଛନ୍ତି, ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ ଉଠା ଦୋକାନୀମାନଙ୍କ ପାଖରେ ହାଇକୋର୍ଟର ଅର୍ଡର ରହିଛି, ସେଥିପାଇଁ ସେମାନଙ୍କୁ ବାହାରେ କେମିତି ଏବଂ କେଉଁଠି ଥଇଥାନ କରାଯିବ ସେନେଇ ଆମେ ଲିଗଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ। ଏହା ଟିକେ ସମୟ ସାପେକ୍ଷ। ପୂର୍ବରୁ ୨ ଥର ମାର୍କେଟ୍ ବିଲ୍ଡିଂ କର୍ମକର୍ତାଙ୍କ ସହ ବୈଠକ ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ଥିବାରୁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର ।




