ଅଭିଯୋଗ ଶୁଣାଣି ବେଳେ ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : କାର୍ଯ୍ୟାଳୟ ଭିତରେ ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହୋଇଛି ଆକ୍ରମଣ ବେଳର ଦୃଶ୍ୟ । ଆଜି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ କାର୍ଯ୍ୟାଳୟ ଭିତରେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ସମୟରେ,ନିର୍ଦ୍ଦିଷ୍ଟ ଏକ କର୍ପୋରେଟରଙ୍କ ୫/୬ ଜଣ ସହଯୋଗୀ ଆସି ହଠାତ ମାରପିଟ କରିଥିଲେ । ତାଙ୍କ ମୁହଁ ଏବଂ ହାତରେ ମାଡ଼ ଆଘାତର ଚିହ୍ନ ମଧ୍ୟ ରହିଛି । ଏପରିକି ରତ୍ନାକର ସାହୁଙ୍କୁ ଟଣା ଓଟରା […]

ଅଭିଯୋଗ ଶୁଣାଣି ବେଳେ ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ
Samaya Live Picture
Published On

ଭୁବନେଶ୍ୱର : କାର୍ଯ୍ୟାଳୟ ଭିତରେ ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହୋଇଛି ଆକ୍ରମଣ ବେଳର ଦୃଶ୍ୟ । ଆଜି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ କାର୍ଯ୍ୟାଳୟ ଭିତରେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ସମୟରେ,ନିର୍ଦ୍ଦିଷ୍ଟ ଏକ କର୍ପୋରେଟରଙ୍କ ୫/୬ ଜଣ ସହଯୋଗୀ ଆସି ହଠାତ ମାରପିଟ କରିଥିଲେ । ତାଙ୍କ ମୁହଁ ଏବଂ ହାତରେ ମାଡ଼ ଆଘାତର ଚିହ୍ନ ମଧ୍ୟ ରହିଛି । ଏପରିକି ରତ୍ନାକର ସାହୁଙ୍କୁ ଟଣା ଓଟରା କରି ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିଲେ । ପରେ ତାଙ୍କୁ କିଛି ସ୍ଥାନ ପର୍ଯ୍ୟନ୍ତ ଘୋଷାରି ନେଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ କାର୍ଯ୍ୟାଳୟ ଭିତରେ ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ଅଫିସ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି । ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି।

Tags: