ଇସ୍ପାତ କାରଖାନାରେ ବିସ୍ଫୋରଣ,୫ ଗୁରୁତର
ରାଉରକେଲା : ଆଜି ସକାଳେ ରାଉରକେଲା ଇସ୍ପାତ କାରଖାନାରେ ଘଟିଛି ବଡ଼ ଧରଣର ବିସ୍ଫୋରଣ । ଷ୍ଟିଲ୍ ପ୍ଲାଣ୍ଟର ଏସଏମଏସ-୧ ୟୁନିଟରେ ବିସ୍ଫୋରଣ ଘଟି ତରଳ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର କର୍ମଚାରୀ ମାନଙ୍କୁ ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ୧ ଠିକା କର୍ମଚାରୀ ରହିଛନ୍ତି । ତେବେ […]
ରାଉରକେଲା : ଆଜି ସକାଳେ ରାଉରକେଲା ଇସ୍ପାତ କାରଖାନାରେ ଘଟିଛି ବଡ଼ ଧରଣର ବିସ୍ଫୋରଣ । ଷ୍ଟିଲ୍ ପ୍ଲାଣ୍ଟର ଏସଏମଏସ-୧ ୟୁନିଟରେ ବିସ୍ଫୋରଣ ଘଟି ତରଳ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର କର୍ମଚାରୀ ମାନଙ୍କୁ ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ୧ ଠିକା କର୍ମଚାରୀ ରହିଛନ୍ତି । ତେବେ ବିସ୍ଫୋରଣ କିଭଳି ଘଟିଲା ତାହାର କାରଣ ଜଣାପଡ଼ିନାହିଁ ।




