ଇସ୍ପାତ କାରଖାନାରେ ବିସ୍ଫୋରଣ ଜଣେ ମୃତ,୨ ଗୁରୁତର
ରାଉରକେଲା : ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରାଉରକେଲା କୁଳାଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଗ୍ୟାସ ପାଇପ୍ ଲିକରୁ ବିସ୍ଫୋରଣ ହୋଇଛି ବୋଲି ସୂଚନା ମିଳିଛି । ମୃତ ଶ୍ରମିିକ ଜଣକ ଯାଜପୁରର ବୋଲି ଜଣାପଡିଛି । […]
ରାଉରକେଲା : ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରାଉରକେଲା କୁଳାଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଗ୍ୟାସ ପାଇପ୍ ଲିକରୁ ବିସ୍ଫୋରଣ ହୋଇଛି ବୋଲି ସୂଚନା ମିଳିଛି । ମୃତ ଶ୍ରମିିକ ଜଣକ ଯାଜପୁରର ବୋଲି ଜଣାପଡିଛି ।
କାରଖାନାରେ ବିସ୍ଫୋରଣ ଘଟିବା ପରେ ସଂଗେ ସଂଗେ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଏହାପରେ ନିଆଁରେ ଫଶିରହିଥିବା ୩ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ଗୁରୁତରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।




