ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗୀର : ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ବଲାଙ୍ଗୀର ଜିଲ୍ଲା ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାରେ ଏହି ବିସ୍ଫୋରଣ ଘଟିଛି I ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରି ନଥିବାବେଳେ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ମଧ୍ୟ ଜଣାପଡ଼ି ନାହିଁ। କାରଖାନାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅପରପକ୍ଷେ ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇ ନାହିଁ। […]

Samaya Live Picture
Published On

ବଲାଙ୍ଗୀର : ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ବଲାଙ୍ଗୀର ଜିଲ୍ଲା ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାରେ ଏହି ବିସ୍ଫୋରଣ ଘଟିଛି I ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରି ନଥିବାବେଳେ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ମଧ୍ୟ ଜଣାପଡ଼ି ନାହିଁ। କାରଖାନାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅପରପକ୍ଷେ ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇ ନାହିଁ।

ତେବେ ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ସନ୍ଧ୍ୟା ବେଳେ ବଡ଼ମାଳ ଗୋଳାବାରୁଦ କାରଖାନାର ୧୨ ନମ୍ୱର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ପରେ ନିଆଁର ଶିଖା ବହୁଦୂରକୁ ଦେଖାଯାଉଥିଲା । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଅଗ୍ନିଶମ ବିଭାଗ ଓ ଆମ୍ୱୂଲାନ୍ସ କାରଖାନା ଭିତରକୁ ଯାଇଛି। ତେବେ ଆଉ କିଛି ସମୟ ପରେ ଏନେଇ ସ୍ପଷ୍ଟ ସୂଚନା ମିଳି ପାରିବ ବୋଲି କୁହାଯାଉଛି।

Tags: