ମାଲିକ ପାଇଁ ଜୀବନ ଦେଲା ‘ବ୍ଲାକି’

ସମ୍ବଲପୁର: ମାଲିକ ପାଇଁ ଜୀବନ ଦେଇ ବିଶ୍ୱସ୍ଥତାର ପ୍ରମାଣ ଦେଇଛି କୁକୁର । ରାତି ଅଧାରେ ସାପ ସହିତ ଲଢ଼ି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ପୋଷା କୁକୁର ‘ବ୍ଲାକି’ । ନାଗସାପଠାରୁ ବଂଚାଇବାକୁ ଯାଇ ନିଜ ଜୀବନ ବିନିମୟରେ ମାଲିକର ପରିବାରକୁ ବଞ୍ଚାଇଛି କୁକୁର । ସୂଚନାନୁସାରେ,ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର ଏକ ପୋଷା କୁକୁର ରଖିଥିଲେ । […]

Samaya Live Picture
Published On

ସମ୍ବଲପୁର: ମାଲିକ ପାଇଁ ଜୀବନ ଦେଇ ବିଶ୍ୱସ୍ଥତାର ପ୍ରମାଣ ଦେଇଛି କୁକୁର । ରାତି ଅଧାରେ ସାପ ସହିତ ଲଢ଼ି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ପୋଷା କୁକୁର ‘ବ୍ଲାକି’ । ନାଗସାପଠାରୁ ବଂଚାଇବାକୁ ଯାଇ ନିଜ ଜୀବନ ବିନିମୟରେ ମାଲିକର ପରିବାରକୁ ବଞ୍ଚାଇଛି କୁକୁର ।

ସୂଚନାନୁସାରେ,ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର ଏକ ପୋଷା କୁକୁର ରଖିଥିଲେ । ଗତକାଲି ସନ୍ଧ୍ୟା ସମୟରେ ଏକ ନାଗସାପ ଜୟନାରାୟଣଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ତା ସହିତ ଲଢେଇ କରିଥିଲା ବ୍ଲାକି । ନାଗକୁ ଘର ଭିତରକୁ ପଶିବାକୁ ଦେଇନଥିଲା । ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ସାପ ଚୋଟ ପରେ ଚୋଟ ମାରୁଥିଲେ ବି କୁକୁର ତାକୁ ଛାଡିନଥିଲା । ସାପକୁ କାମୁଡି ରକ୍ତାକ୍ତ କରିଦେଇଥିଲା କୁକୁର । କିଛି ସମୟପରେ ଘର ଲୋକେ ଏହା ଦେଖି ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ ଏବଂ ସାପ ସହିତ ଲଢେଇ କରି ନିସ୍ତେଜ ହୋଇ ପଡିଥିବା ବ୍ଲାକି କୁ ପଶୁ ଡାକ୍ତରଖାନା ନେଇଥିଲେ I କିନ୍ତୁ ସେଠାରେ ପହଂଚିବା ବେଳକୁ ଆଉ ଆଖି ଖୋଲି ନଥିଲା ‘ବ୍ଲାକି’ I ସାପ ଚୋଟରେ ଦେହ ସାରା ବିଷ ଚାରି ଯାଇଥିଲା I ଅନ୍ୟପଟେ କୁକୁର ଆକ୍ରମଣରେ ସାପର ମଧ୍ୟ ମୃତ୍ୟୁ ହୋଇଥିଲା I ତେବେ ପୋଷା କୁକୁର ବ୍ଲାକି ର ଏଭଳି ମୃତ୍ୟୁରେ ଜୟ ନାରାୟଣଙ୍କ ପରିବାର ସହିତ ପୁରା ଗୋଲଗୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି ।

Tags: