ଜୁନ ୨୦ ରେ ପାଳନ ହେବ ବିଜେପି ବର୍ଷ ପୂର୍ତ୍ତି ଉତ୍ସବ
ଭୁବନେଶ୍ୱର : ଜୁନ ୧୨ ପରିବର୍ତ୍ତେ ଜୁନ୍ ୨୦ରେ ପାଳନ ହେବ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉତ୍ସବ । ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଦୀର୍ଘ ୨୪ ବର୍ଷ ପରେ ବିଜେପି ପ୍ରଥମ ଥର ପାଇଁ ବହୁମତ ହାସଲ କରି ଏକାକୀ ୨୦୨୪ ଜୁନ […]
ଭୁବନେଶ୍ୱର : ଜୁନ ୧୨ ପରିବର୍ତ୍ତେ ଜୁନ୍ ୨୦ରେ ପାଳନ ହେବ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉତ୍ସବ । ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଦୀର୍ଘ ୨୪ ବର୍ଷ ପରେ ବିଜେପି ପ୍ରଥମ ଥର ପାଇଁ ବହୁମତ ହାସଲ କରି ଏକାକୀ ୨୦୨୪ ଜୁନ ୧୨ ତାରିଖରେ ସରକାର ଗଠନ କରିଥିଲା ।
ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ୬୦ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବ ପାଳନ ପାଇଁ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।




