ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ I ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍‌‌ ଯୋଗେ ହତ୍ୟା ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ପୁଲିସ ନିକଟରେ ଏତଲା ଦିଆଯାଇଛି । ତେବେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡି ନାହିଁ I ଦିଲ୍ଲୀ ପୁଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି […]

Samaya Live Picture
Published On

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ I ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍‌‌ ଯୋଗେ ହତ୍ୟା ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ପୁଲିସ ନିକଟରେ ଏତଲା ଦିଆଯାଇଛି । ତେବେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡି ନାହିଁ I ଦିଲ୍ଲୀ ପୁଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି । ତେବେ ଫୋନ୍‌‌ କରିଥିବା ବ୍ୟକ୍ତି ହିନ୍ଦି ଭାଷାରେ କଥା ହେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଫୋନ୍‌‌ରେ ଉକ୍ତ ବ୍ୟକ୍ତି ଜଣଙ୍କ ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ ବୋଲି କହିଥିବା ଖବର ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Tags: