ନୂଆପଡା ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି,ଆସନ୍ତା କାଲି କୋର କମିଟି ବୈଠକ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆସନ୍ତାକାଲି ବିଜେପି କୋର କମିଟି ବୈଠକ ବସିବାକୁ ଯାଉଛି । ବୁଧବାର ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏହି ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ବିଜେପି ଏବଂ ବିଜେଡି ଉପରେ ସଭିଙ୍କ ନଜର ରହିଛି । […]
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆସନ୍ତାକାଲି ବିଜେପି କୋର କମିଟି ବୈଠକ ବସିବାକୁ ଯାଉଛି । ବୁଧବାର ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏହି ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ବିଜେପି ଏବଂ ବିଜେଡି ଉପରେ ସଭିଙ୍କ ନଜର ରହିଛି । ପ୍ରଥମ ଥର ଶାସନରେ ଥିବା ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ଜାରି ରହିଛି ।
ଆସନ୍ତାକାଲି ହେବାକୁ ଥିବା ବୈଠକରେ ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟ ଉପସ୍ଥିତ ରହିବେ । ନୂଆପଡା ନିର୍ବାଚନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ମାନସ ମନ୍ଥନ ହେବ । ତୋମାର କହିଛନ୍ତି ବହୁତ ଆଶାୟୀଙ୍କ ନାମ ରହିଛି, ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯିବ । କାହାକୁ ଦଳ ପ୍ରାର୍ଥୀ କରିବ ସେନେଇ ବିଚାରବିମର୍ଶ ହେବା ପରେ ଦଳ ପ୍ରାର୍ଥୀଙ୍କ ନାମ କେନ୍ଦ୍ରକୁ ପଠାଇବ । ଏହାପରେ ପ୍ରାର୍ଥୀଙ୍କ ନାମରେ ମୋହର ବାଜିବା ପରେ ଘୋଷଣା ହେବ । ତେବେ ପ୍ରାର୍ଥୀ ଦୌଡରେ ସବୁଠୁ ଆଗରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଥିବା କୁହାଯାଉଛି । ତାଙ୍କୁ ଦଳ ପ୍ରାର୍ଥୀ କରିପାର ସମ୍ଭାବନା ରହିଛି । ଅଭିନନ୍ଦନ ଗତ ନିର୍ବାଚନରେ ୪୪ ହଜାର ୮୧୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ ।
ଶାସକ ଦଳ ପାଇଁ ନୂଆପଡା ଆସନ ଜିତିବା ସମ୍ମାନର କଥା ହୋଇଛି । ରାଜ୍ୟରେ ଦଳ ଶାସନରେ ଥିବା ବେଳେ ଏଠାରେ ଉପନିର୍ବାଚନ କିପରି ବାଜିମାତ କରିବ ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । କାରଣ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବି ଢୋଲକିଆଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ।




