ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର : ଗନ୍ଧମାର୍ଦ୍ଦନ ଲୋଡ଼ିଂ ଜାଲିଆତି ମାମଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି । ବାଲେଶ୍ବର ଏସ୍‌ଡିଜିଏମ୍‌ କୋର୍ଟରେ ମୋକଦ୍ଦମା ଦାୟର ହୋଇଛି। ୧ କୋଟି ତିନି ଲକ୍ଷ ଟଙ୍କା ଷ୍ଟେଟ ହେଡଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ରାଜା ଚକ୍ରଙ୍କ ଓକିଲ ମନ୍ତବ୍ୟ […]

ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ବିଜେପି ରାଜ୍ୟ ସଭାପତି
Samaya Live Picture
Published On

ଭୁବନେଶ୍ୱର : ଗନ୍ଧମାର୍ଦ୍ଦନ ଲୋଡ଼ିଂ ଜାଲିଆତି ମାମଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି । ବାଲେଶ୍ବର ଏସ୍‌ଡିଜିଏମ୍‌ କୋର୍ଟରେ ମୋକଦ୍ଦମା ଦାୟର ହୋଇଛି।

୧ କୋଟି ତିନି ଲକ୍ଷ ଟଙ୍କା ଷ୍ଟେଟ ହେଡଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ରାଜା ଚକ୍ରଙ୍କ ଓକିଲ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜ ଓକିଲଙ୍କ ସହ କୋର୍ଟକୁ ଯାଇଛନ୍ତି । ପ୍ରତିକ୍ରିୟାରେ ମନମୋହନ ସାମଲ କହିଛନ୍ତି,ସୀତାଂଶୁ ମୋତେ ଓ ପାର୍ଟିକୁ ନିନ୍ଦିତ କରିବା ପାଇଁ ଏକ ଭିତ୍ତିହୀନ ଏବଂ ମନଗଢା କାହାଣୀ ଶୁଣାଇଛନ୍ତି ।

ସୂଚନାନୁସାରେ,କେନ୍ଦୁଝର ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।

Tags: