ବିଜେପି ସରକାରର ପ୍ରତିବଦ୍ଧତାକୁ ଗ୍ରହଣ କରିପାରୁନାହିଁ ବିଜେଡି: ବାବୁ ସିଂ
ଭୁବନେଶ୍ୱର:ଦୁର୍ନୀତି ଓ ଅପାରଗତାର ପାହାଡ ଉପରେ ବସି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜୁତି କରିଥିଲେ, ତାହା ପର୍ଯ୍ୟାୟକ୍ରମେ ସାମ୍ନାକୁ ଆସୁଛି । ଏ ସମସ୍ତ ଦୁର୍ନୀତିରେ ସଂପୃକ୍ତ ଅପରାଧୀମାନେ ପ୍ରତିଦିନ ଧରା ପଡୁଛନ୍ତି । ନିଜର ଅପାରଗତା ଓ ଦଳୀୟ କନ୍ଦଳରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ହାତ୍ସ୍ୟାସ୍ପଦ ବୟାନବାଜୀ କରୁଛନ୍ତି ବୋଲି ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି । ବାସ୍ତବରେ ୨୪ ବର୍ଷର ବିଜେଡି […]
ଭୁବନେଶ୍ୱର:ଦୁର୍ନୀତି ଓ ଅପାରଗତାର ପାହାଡ ଉପରେ ବସି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜୁତି କରିଥିଲେ, ତାହା ପର୍ଯ୍ୟାୟକ୍ରମେ ସାମ୍ନାକୁ ଆସୁଛି । ଏ ସମସ୍ତ ଦୁର୍ନୀତିରେ ସଂପୃକ୍ତ ଅପରାଧୀମାନେ ପ୍ରତିଦିନ ଧରା ପଡୁଛନ୍ତି । ନିଜର ଅପାରଗତା ଓ ଦଳୀୟ କନ୍ଦଳରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ହାତ୍ସ୍ୟାସ୍ପଦ ବୟାନବାଜୀ କରୁଛନ୍ତି ବୋଲି ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ।
ବାସ୍ତବରେ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ବାସ୍ତବ ବିକାଶ ହୋଇନାହିଁ । ପୁର୍ଭତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନ କାଳରେ ଦୁରଦୃଷ୍ଟି ଅଭାବରୁ ଓଡିଶା ଅନ୍ଧକାର ରାସ୍ତାକୁ ଠେଲି ହୋଇଯାଇଥିଲା । ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ରାଜ୍ୟବାସିଙ୍କ ସ୍ୱାର୍ଥ ଓ ରାଜ୍ୟର ବିକାଶ ପାଇଁ ଗୋଟିଏ ଗୋଟିଏ ସଫଳତା ଆଣିଦେଉଛନ୍ତି, ସେତେବେଳେ ବିଜେଡି ଅସହିଷ୍ଣୁ ହୋଇପଡି ବିଭିନ୍ନ ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇଚାଲୁଛି ବୋଲି ଶ୍ରୀ ସିଂ କହିଛନ୍ତି ।
ଯିଏ “କା” ସାଜି ନବୀନ ବାବୁଙ୍କ ସରକାର ଚଲାଉଥିଲେ, ବିଜେଡିର ଦଳୀୟ ଗଣତନ୍ତ୍ର ଓ ସଂଗଠନକୁ ହତ୍ୟା କରିଥିଲେ, ଏବଂ ଯାହା କାରଣରୁ ବିଜେଡି ପ୍ରତ୍ୟାଖ୍ୟାତ ହେଲା, ତାଙ୍କୁ ନବୀନ ବାବୁ ଏବେ ବି ସୁରକ୍ଷା ଦେଇ ଚାଲିଛନ୍ତି । ସେହି ବ୍ୟକ୍ତିଙ୍କ ଇସାରାରେ ଏବେ ବି ବିଜେଡି ପରିଚାଳିତ ହେଉଛି । ସେ ପ୍ରସଙ୍ଗରେ ବିଜେଡି ପ୍ରବକ୍ତାମାନେ କାହିଁକି ପଦୁଟିଏ କହୁନାହାନ୍ତି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ବିଜେପି ସରକାରର ପ୍ରତିବଦ୍ଧତାକୁ ସଂକୀର୍ଣ୍ଣ ମନୋଭାବ ସଂପନ୍ନ ବିଜେଡି ମୁଖିଆଙ୍କୁ ଗ୍ରହଣୀୟ ହେଉନାହିଁ ବୋଲି ଶ୍ରୀ ସିଂ କହିଛନ୍ତି ।




