ବିକ୍ଷୋଭ ସମୟରେ ବିଜେପି ନେତା ଜୟ ନାରାୟଣ ମିଶ୍ର ଓ ପୁଲିସ ଧସ୍ତାଧସ୍ତି
ସମ୍ବଲପୁର: ମନ୍ତ୍ରୀ ନବ ଦାସ ହତ୍ୟା ପରେ ବିରୋଧୀ ବିଜେପି ୩ ଦିନ ଧରି ରାଜ୍ୟ ତମାମ ବିକ୍ଷୋଭ ଚଳାଇଛି Iରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରିଛି ବିଜେପି I ଏ ନେଇ ଆଜି ସମ୍ବଲପୁର ଜିଲା ବିଜେପି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ବିଜେପି ନେତା ଜୟ […]
ସମ୍ବଲପୁର: ମନ୍ତ୍ରୀ ନବ ଦାସ ହତ୍ୟା ପରେ ବିରୋଧୀ ବିଜେପି ୩ ଦିନ ଧରି ରାଜ୍ୟ ତମାମ ବିକ୍ଷୋଭ ଚଳାଇଛି Iରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରିଛି ବିଜେପି I ଏ ନେଇ ଆଜି ସମ୍ବଲପୁର ଜିଲା ବିଜେପି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ବିଜେପି ନେତା ଜୟ ନାରାୟଣ ମିଶ୍ର ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଚିତ୍ର ଦେଖିବାକୁ ମିଳିଛି I ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି। ତେବେ ଘଟଣା ସମ୍ପର୍କରେ ଅତିରିକ୍ତ ଏସପିଙ୍କୁ ପଚାରିବାରୁ ସେ କୌଣସି ପତିକ୍ରିୟା ଦେବାକୁ ମନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଆଶାପାଲି ଅଞ୍ଚଳରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ପାଖକୁ ଆସିଥିଲେ ଓ ଏକ ସଭା ଆୟୋଜନ କରିଥିଲେ। ଏହି ସଭାରେ ବରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ, ବିଜେପି ଜିଲା ସଭାପତି ଗିରିଶ ପଟେଲଙ୍କ ସହ ଅନେକ ବିଜେପି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ଏହି ସମୟରେ ଜଣେ ମହିଳା ପୁଲିସ ଅଧିକାରୀ ଓ ବିରୋଧି ଦଳ ନେତା ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସ୍ପଷ୍ଟ ଜଣା ପଡୁଥିବା ବେଳେ କିଏ ପ୍ରଥମେ ଧକ୍କା ମାରିଛି ତାହା ଜଣାପଡି ନାହିଁ। ଅନ୍ୟପଟେ ଜୟନାରାୟରଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ । କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଛନ୍ତି ।




