ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟରୁ ମିଳିଛି ଜାମିନ। ୩୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗିରଫ ସମୟରେ କୋର୍ଟ ତାଙ୍କ ଜାମିନ […]
ଭୁବନେଶ୍ୱର : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟରୁ ମିଳିଛି ଜାମିନ। ୩୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗିରଫ ସମୟରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ତେଣୁ ଜଗନ୍ନାଥଙ୍କ ଓକିଲ ଜିଲ୍ଲା ଓ ଦୌରାଜଜ୍ ଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ ।
ଜଗା ପ୍ରଧାନଙ୍କ ସହିତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ୧୫ ତାରିଖରେ ହେବ ବୋଲି ସୂଚନା ମିଳିଛି ।
ଜଗନ୍ନାଥଙ୍କ ଓକିଲ କହିଛନ୍ତି, ଜଗନ୍ନାଥ ପ୍ରଧାନ ସିଧାସଳଖ ଭାବେ ଏହି ମାମଲାରେ ଜଡ଼ିତ ନ ଥିଲେ । ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ । କିନ୍ତୁ ତାଙ୍କ ନାଁରେ ଅଭିଯୋଗ ହୋଇଥିବାରୁ ପୋଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା ୧୨୧ (୨) ଲାଗିଥିବାରୁ ଗିରଫ ହେବା ଦିନ ଜାମିନ ନାମଞ୍ଜୁର ହୋଇଥିଲା । ଅନ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ଥିଲା । ସେଥିପାଇଁ ଆଜି ତାଙ୍କୁ ଜାମିନ ମିଳିଛି । ବର୍ତ୍ତମାନ ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।




