ବିଜେପିର ସାଙ୍ଗଠନିକ କର୍ମଶାଳା: ବୁଥ କମିଟି ଗଠନ ପ୍ରକ୍ରିୟା ଉପରେ ଫୋକସ

ଭୁବନେଶ୍ୱର:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ତାପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି । ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ଗଠନ […]

Samaya Live Picture
Published On

ଭୁବନେଶ୍ୱର:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ତାପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି ।

ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ଗଠନ କରିବେ ସେ ନେଇ ଆଲୋଚନା କରାଯାଇ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତି ୬ ବର୍ଷରେ ଥରେ ସଦସ୍ୟତା ହୁଏ । ୩ ବର୍ଷରେ ଥରେ ସଂଗଠକ ନିର୍ବାଚନରେ ହୁଏ । ବୁଥ ସ୍ତରରୁ ନେଇ ଦେଶ ପର୍ଯ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ ବୋଲି ରାଜ୍ୟ ବିଜେପି କହିଛି।

Tags: