ମ୍ୟାଜିକ ନମ୍ବର ପାର କଲା ବିଜେପି
ଭୁବନେଶ୍ୱର : ରାଜ୍ୟରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ତେବେ ଏହି ନିର୍ବାଚନୀ ରେସ ରେ ପଛରେ ପଡିଯାଇଛି ବିଜେଡି। ବର୍ତ୍ତମାନ ସୁଦ୍ଧା ୧୪୭ ବିଧାନସଭା ଆସନରୁ ୧୪୭ଟି ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବା ବେଳେ ତା ଭିତରୁ ୭୯ ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ। ସେହିପରି ୫୧ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୫ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି କିଛି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀମାନେ […]
ଭୁବନେଶ୍ୱର : ରାଜ୍ୟରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ତେବେ ଏହି ନିର୍ବାଚନୀ ରେସ ରେ ପଛରେ ପଡିଯାଇଛି ବିଜେଡି। ବର୍ତ୍ତମାନ ସୁଦ୍ଧା ୧୪୭ ବିଧାନସଭା ଆସନରୁ ୧୪୭ଟି ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବା ବେଳେ ତା ଭିତରୁ ୭୯ ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ। ସେହିପରି ୫୧ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୫ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି କିଛି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ବେଶ କମାଲ କରିଛନ୍ତି। ତେବେ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି। ଓଡିଶାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ପାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୯ ଟି ଆସନରେ ଆଗୁଆ ଅଛି ବିଜେପି। ଏଥିପାଇଁ ଓଡିଶାରେ ସରକାର ଗଠନ କରିବା ପାଇଁ ବେଶ ଉତ୍ସାହର ସହିତ ଅପେକ୍ଷାରେ ରହିଛନ୍ତି ବିଜେପି କର୍ମୀ।
ଆଗୁଆ/ବିଜୟୀ: ୧୪୭/ ମୋଟ:୧୪୭
ଦଳ ଆଗୁଆ ବିଜୟୀ ମୋଟ
ଭାଜପା ୭୯ ୩ ୭୫
ବିଜେଡି ୫୧ ୩ ୫୭
କଂଗ୍ରେସ ୧୫ ୦ ୧୨
ଅନ୍ୟାନ୍ୟ ୩ ୩




