ଆଜି ବିଜେପିର କୋର କମିଟି ବୈଠକ
ଭୁବନେଶ୍ୱର : ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଏହି ବୈଠକରେ ସାମିଲହେବେ। ଉଭୟ ନେତା ବୁଧବାର ସୁଦ୍ଧା ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟମାନେ […]
ଭୁବନେଶ୍ୱର : ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଏହି ବୈଠକରେ ସାମିଲହେବେ। ଉଭୟ ନେତା ବୁଧବାର ସୁଦ୍ଧା ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ।
ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମର କହିଛନ୍ତି ଯେ, ବହୁତ ଆଶାୟୀଙ୍କ ନାମ ରହିଛି। କୋର କମିଟି ବୈଠକରେ ଆଲୋଚନା ହେବ। ଖୁବ୍ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ। ଆମେ ଏହି ଆସନ ଜିତିବୁ। ଅନ୍ୟପକ୍ଷରେ ନୂଆପଡ଼ା ଆସନରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପ୍ରାର୍ଥୀ ହେବା ନେଇ ଦଳୀୟ ମହଲରେ ଆଲୋଚନା ହେଉଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାନୁସାରେ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଜିଲ୍ଲା ଗସ୍ତକରି ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ। ଏହାପରେ ଗତ ୭ ତାରିଖ ଦିନ ନୂଆପଡ଼ା ଯାଇ ୧୧୦୦ରୁ ଅଧିକ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିଛନ୍ତି। ବିଜେପି ଟିକଟ ଦୌଡ଼ରେ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଆଗରେ ଅଛନ୍ତି। ସ୍ଥାନୀୟ ବିଜେପି ନେତା ଯଦୁମଣି ପାଣିଗ୍ରାହୀ ମଧ୍ୟ ପ୍ରମୁଖ ଦାବିଦାର ଅଛନ୍ତି।
ଦଳ ପକ୍ଷରୁ କାହାକୁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରାଯିବ ସେନେଇ କୋର୍ କମିଟିରେ ଚୂଡ଼ାନ୍ତ ହେବା ପରେ ସେହି ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ତୋମାର କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ସମ୍ପର୍କରେ କୋର୍ କମିଟିରେ ଚର୍ଚ୍ଚା ହେବ। ଦଳ ନୂଆପଡ଼ାରେ ୨୦୨୪ରେ ୩ ନମ୍ବର ସ୍ଥାନରେ ଥିଲା, ଏଥର ୧ ନମ୍ବରକୁ ଆସିବ ବୋଲି ତୋମାର କହିଛନ୍ତି।




