ନିର୍ବାଚନ ପୂର୍ବରୁ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି
ସୋର : ମୁଣ୍ଡ ଉପରେ ନିର୍ବାଚନ I ଏଇ ସମୟରେ ପ୍ରାଥୀ ବଦଳ କରିଛି ବିଜେପି I ସୋର ବିଧାନସଭା ପ୍ରାର୍ଥୀ ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି ଆଜି ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ୨୦୧୪ ମସିହାରେ […]
ସୋର : ମୁଣ୍ଡ ଉପରେ ନିର୍ବାଚନ I ଏଇ ସମୟରେ ପ୍ରାଥୀ ବଦଳ କରିଛି ବିଜେପି I ସୋର ବିଧାନସଭା ପ୍ରାର୍ଥୀ ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି ଆଜି ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ବିଜେଡିରୁ ବିଧାୟକ ୨ ଥର ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ ପର୍ଶୁରାମ ଧଡ଼ା । ତେବେ ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ଅସନ୍ତୋଷ ହୋଇ ବିଜେଡି ଛାଡି ସେ ବିଜେପିରେ ଯୋଗ ଦେଇଥିଲେ I




