ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ
ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତ। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରଦୀପ ପୁରୋହିତ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ […]
ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତ। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରଦୀପ ପୁରୋହିତ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ପରେ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ ୮ତାରିଖରେ ଭୋଟ ଗଣତି ହେବ।
ସୂଚନାଯୋଗ୍ୟ ଯେ ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷାରାଣୀ ସିଂ ବରିହା, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ଓଜେପିରୁ ମୁକ୍ତେଶ୍ୱର ଦାଶ, ଜୟାନନ୍ ଥାପା, ବେଣୁଧର ବରିହା, କର୍ପୂର ମେହେର, ମନୋରଞ୍ଜନ ସିଂ ବରିହା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତିବିକାଶ ପ୍ରଧାନ, ରେବତୀ ଗିରି, ଚିତ୍ତରଞ୍ଜନ ମେହେର ଏବଂ ଉଦିତ ବୋଣ୍ଡିଆଙ୍କୁ ମିଶାଇ ମୋଟ୍ ୧୫ ଜଣ ପ୍ରାର୍ଥିପତ୍ର କିଣିଛନ୍ତି। ହେଲେ ଗତକାଲି ଯାଏ କେହି ବି ପ୍ରାର୍ଥିପତ୍ର ଦାଖଲ କରି ନଥିଲେ।




