ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୀଳଗିରି : ନୀଳଗିରି ପାଇଁ ସନ୍ତୋଷ ସନ୍ତୋଷ ଖଟୁଆଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି I ଗତକାଲି ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ I ଦଳ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ସନ୍ତୋଷ I ସୂଚନାନୁସାରେ,୨୦୧୯ ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । କିନ୍ତୁ ଶେଷ ମୁହୂର୍ର୍ଟରେ ସୁକାନ୍ତ ନାୟକଙ୍କୁ […]

Samaya Live Picture
Published On

ନୀଳଗିରି : ନୀଳଗିରି ପାଇଁ ସନ୍ତୋଷ ସନ୍ତୋଷ ଖଟୁଆଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି I ଗତକାଲି ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ I ଦଳ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ସନ୍ତୋଷ I

ସୂଚନାନୁସାରେ,୨୦୧୯ ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । କିନ୍ତୁ ଶେଷ ମୁହୂର୍ର୍ଟରେ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେବାରୁ ତାଙ୍କର ତାଙ୍କର ସବୁ ଆସ ମଉଳି ଯାଇଥିଲା I

ଅନ୍ୟପଟେ ସୁକାନ୍ତ ନାୟକ ବିଜେପି ଟିକେଟରେ ବିଧାୟକ ହେବା ପୂର୍ବରୁ ୨୦୧୪ରୁ ୨୦୧୯ ବିଜେଡି ଟିକେଟରେ ନୀଳଗିରିରେ ବାଜିମାତ କରିଥିଲେ । କିନ୍ତୁ ଗତ ନିର୍ବାଚନରେ ଟିକେଟ ନ ମିଳିବା ଜାଣିବା ପରେ ଦଳ ଛାଡି ବିଜେପିରୁ ଲଢି ବିଜୟୀ ହୋଇଥିଲେ ।

Tags: