ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ସଙ୍କଳ୍ପ
ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ବିଜେଡି କରିବ ଜନ ସମ୍ପର୍କ ପଦଯାତ୍ରା ସଂକଳ୍ପ । ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ଗୋଟିଏ ଦିନରେ ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ। ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ […]
ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ବିଜେଡି କରିବ ଜନ ସମ୍ପର୍କ ପଦଯାତ୍ରା ସଂକଳ୍ପ । ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ଗୋଟିଏ ଦିନରେ ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ।
ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ ବୋଲି ଦଳ ତରଫରୁ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ।




