ଆଜିଠାରୁ ବିଜେଡିର ଜନ ସଚେତନତା ପଦଯାତ୍ରା
ଭୁବନେଶ୍ୱର : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଆଜିଠୁ ବିଧିବଦ୍ଧ ଭାବରେ ଜନସଚେତନତା ପଦଯାତ୍ରା ଆରମ୍ଭ କରିବ ବିଜେଡି। ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଇ ପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ। ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା […]
ଭୁବନେଶ୍ୱର : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଆଜିଠୁ ବିଧିବଦ୍ଧ ଭାବରେ ଜନସଚେତନତା ପଦଯାତ୍ରା ଆରମ୍ଭ କରିବ ବିଜେଡି। ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଇ ପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ।
ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା ।
ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ସରକାରକୁ ଆସିଥିବା ବିଜେପି, ବିକାଶ ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜେଡି । ଯାହା ବିକାଶ ହୋଇଥିଲା ନବୀନଙ୍କ ସମୟରେ । ବିଜେପି ପରିବର୍ତନ କଥା କହିଥିଲା । ରଙ୍ଗ ଓ ନାଁ ପରିବର୍ତ୍ତନ କରୁଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ପରିବର୍ତନ କରିଛନ୍ତି । BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରିଛନ୍ତି । ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କଥା କହିଥିଲେ, କିନ୍ତୁ କଲେନି । ନବୀନ ସରକାରଙ୍କ ସମୟର କାମ ବି ବନ୍ଦ କରି ଦେଲେ । ଦୁଇ କୋଟି ଚାକିରୀ କଥା କହିଥିଲେ । ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି । ନିଜ କୁଜି ନେତାଙ୍କୁ ଥଇଥାନ କରିବାକୁ ଯୋଜନା ହେଉଛି । ପଦଯାତ୍ରାରେ ବିଜେଡି ବିଜେପିର ମୁଖା ଖୋଲିବ ବୋଲି କହିଛି ଦଳ । ଗୋପବନ୍ଧୁ ଜୟନ୍ତୀରୁ ୧ ମାସ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ।




