ବିଜେଡିର ହରତାଳ ଡାକରା ପ୍ରତ୍ୟାହୃତ
ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା ବିଜେଡିର ୬ ଘଣ୍ଟିଆ ହରତାଳ ଡାକରା । ଭରତପୁର ଥାନା ପୋଲିସ-ମେଜର ବିବାଦ ଘଟଣାକୁ ନେଇ ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ହେବାକୁ ଥିବା ହରତାଳ ଆଜି ପ୍ରତ୍ୟାହୃତ ହୋଇଛି। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦାବି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଦଳ ନିଜ ହରତାଳ ଡାକରା ପ୍ରତ୍ୟାହାର କରି […]
ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା ବିଜେଡିର ୬ ଘଣ୍ଟିଆ ହରତାଳ ଡାକରା । ଭରତପୁର ଥାନା ପୋଲିସ-ମେଜର ବିବାଦ ଘଟଣାକୁ ନେଇ ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ହେବାକୁ ଥିବା ହରତାଳ ଆଜି ପ୍ରତ୍ୟାହୃତ ହୋଇଛି। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦାବି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଦଳ ନିଜ ହରତାଳ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି । ତେବେ ସାମୟିକ ଭାବେ ହରତାଳକୁ ପ୍ରତ୍ୟାହାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଅରୁଣ ସାହୁ ଓ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ନିରପେକ୍ଷ ତଦନ୍ତ କରାଯାଇ ପୀଡିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଏହି ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶା ପୁଲିସର ଛବି ମଳିନ ହୋଇଛି। ତେଣୁ ଦୋଷୀଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅରୁଣ ସାହୁ ଦାବି କରିଛନ୍ତି।
ଅନ୍ୟପଟେ ଭରତପୁର ଥାନା ଘଟଣାରେ ମାନ୍ୟବର ହାଇକୋର୍ଟ ନିଜ ଆଡୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ପୀଡ଼ିତାଙ୍କ ନାଁ ସର୍ବ ସମ୍ମୁଖରେ ପ୍ରକାଶ କରାଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ । ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ନକରିବାକୁ ନିର୍ଦେଶ ଦେଇଛନ୍ତି । ଏପିରିକି ଏହି ମାମଲା ସହିତ ସଂପୃକ୍ତି ଥିବା ସମସ୍ତ ଲୋକଙ୍କର ପରିଚୟ ସାର୍ବଜନୀନ ନକରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ତଦାରଖ କରିବାକୁ ମନା କରିଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟରେ ଥିବା ସମସ୍ତ ଥାନା ଗୁଡିକରେ ସିସିଟିଭି ଲଗାଇବାକୁ ମଧ୍ୟ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ ।
ସେହିପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ ଓ ବାପା । ଲୋକସେବା ଭବନରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପୋଲିସ ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ଥିଲେ।




