ଗନ୍ଧମାର୍ଦ୍ଧନ ପାହାଡ଼କୁ ନେଇ ଗୃହରେ ବିଜେଡିର ଉଦବେଗ
ଭୁବନେଶ୍ୱର : ବୁଧୁବାର ବିଧାନସଭାର ଦ୍ଵିତୀୟ ଦିନରେ ଗୃହରେ ଉଠିଛି ଗନ୍ଧମାର୍ଦ୍ଦନ ପାହାଡ଼ ପ୍ରସଙ୍ଗ I ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି । ଆଚାର୍ଯ୍ୟ ଗୃହରେ କହିଛନ୍ତି, ଯେତେ ବେଳେ ୧୯୮୦ ମସିହାରେ […]
ଭୁବନେଶ୍ୱର : ବୁଧୁବାର ବିଧାନସଭାର ଦ୍ଵିତୀୟ ଦିନରେ ଗୃହରେ ଉଠିଛି ଗନ୍ଧମାର୍ଦ୍ଦନ ପାହାଡ଼ ପ୍ରସଙ୍ଗ I ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି ।
ଆଚାର୍ଯ୍ୟ ଗୃହରେ କହିଛନ୍ତି, ଯେତେ ବେଳେ ୧୯୮୦ ମସିହାରେ ସରକାର ବକ୍ସାଇଟ ଖନନ ପାଇଁ ଅନୁମତି ଦେଇଥିଲେ ସେତେ ବେଳେ ଜନ ଆନ୍ଦୋଳନ ହୋଇଥିଲା । ଯାହା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ। ପୁଣି ଏ ସରକାର ଜଣେ ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯିଏ କି ଭାରତ ବର୍ଷକୁ ବିଶ୍ୱରେ ନିନ୍ଦିତ କରୁଥିବା ବ୍ୟକ୍ତି । ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା ନ କରି ଯେଉଁଠି ଜଙ୍ଗଲମୟ ପରିବେଶ ଅଛି ତାହାକୁ ନଷ୍ଟ୍ କରିବାକୁ ଯାଉଛନ୍ତି । ଯାହା ପାଇଁ ଜନ ଆନ୍ଦୋଳନ ହେଲାଣି ଗାଁ ଗାଁ ରେ। ସରକାରଙ୍କ ଠାରୁ ଅନୁମତି ଦିଆ ଯାଇଛି କି ? ଏସବୁର ସ୍ପଷ୍ଟୀକରଣ ଦାବି ହୋଇଛି।
ଏହି ପ୍ରସଙ୍ଗରେ ସେପଟେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବେନାହିଁ। ଯଦି କିଛି ହୁଏ ମୁଁ ମଧ୍ୟ ଆପଣମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବି । ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ । ଏ ଗୃହକୁ ଓ ମୁଁ ରାଜ୍ୟବାସୀଙ୍କୁ ଅବଗତ କରୁଛି । ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ। ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବୁ ।




