ଦଳରୁ ଇସ୍ତଫା ଦେଲେ ବିଜେଡି ଯୁବ ଛାତ୍ର ନେତା
ଭୁବନେଶ୍ୱର : ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି,ଅଣଓଡ଼ିଆର ଗୁଣଗାନ କଲେ ପଦପଦବୀ ମିଳିବ । ଶାଗପଖାଳ ଖିଆ ସ୍ୱାଭିମାନୀ ଓଡ଼ିଆ ହେବି ପଛେ, ଅଣଓଡ଼ିଆର କ୍ରୀତଦାସ ହେବାକୁ ଉଚିତ ମନେ କଲି ନାହିଁ । ଏଭଳି ନିଜର କ୍ଷୋଭ ପ୍ରକାଶ କରି ବିଜୁ ଯୁବ ଛାତ୍ର ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ହରିଶଙ୍କର ରାଉତ ଗୁରୁବାର ଇସ୍ତଫା […]
ଭୁବନେଶ୍ୱର : ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି,ଅଣଓଡ଼ିଆର ଗୁଣଗାନ କଲେ ପଦପଦବୀ ମିଳିବ । ଶାଗପଖାଳ ଖିଆ ସ୍ୱାଭିମାନୀ ଓଡ଼ିଆ ହେବି ପଛେ, ଅଣଓଡ଼ିଆର କ୍ରୀତଦାସ ହେବାକୁ ଉଚିତ ମନେ କଲି ନାହିଁ । ଏଭଳି ନିଜର କ୍ଷୋଭ ପ୍ରକାଶ କରି ବିଜୁ ଯୁବ ଛାତ୍ର ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ହରିଶଙ୍କର ରାଉତ ଗୁରୁବାର ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ହରିଶଙ୍କର ରାଉତ ଯୁବ ଛାତ୍ର ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳ ତାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା କିଛି ଦିନ ତଳେ କହିଥିଲେ । ଶେଷରେ ସେ ଇସ୍ତଫା ଦେଇଛନ୍ତି । ତିନି ପୃଷ୍ଠାର ଇସ୍ତଫା ପତ୍ର ଦଳ ଭିତରେ ଚାଲୁଥିବା ଅଣଓଡ଼ିଆ ରାଜୁତିର ଗୁମର ଖୋଲିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ଓ ନିର୍ବାଚନରେ ଲୋକେ ଜବାବ ଦେଲେ । ଦଳର ନିଷ୍ପତି କିଏ ନେଉଛନ୍ତି ଆମେ ଜାଣିନୁ । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି। କିଛି ବରିଷ୍ଠ ନେତା ଏଥିରେ ସାମିଲ ଅଛନ୍ତି। ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ସାମିଲ ଥିବା କଥା କହିଛନ୍ତି।




